Latest Odisha News

BREAKING NEWS

ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି ଏବେ ଅଲୋଡ଼ା

ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?

କୋରାପୁଟ: ପରିଚୟ ହଜାଇବାକୁ ବସିଲାଣି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି । ଦିନ ଥିଲା ଦେଶ ସ୍ୱାଧୀନରେ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଏବେ ଏହି ଐତିହାସିକ ସ୍ଥଳି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ।  ସ୍ବାଧୀନତା ସଂଗ୍ରାମ ପାଇଁ  ଯେଉଁମାନେ ନିଜର ସର୍ବସ୍ୱ ଲଗାଇ ଦେଇଥିଲେ , ଆଜି ସେମାନଙ୍କ ସ୍ମୃତିକୁ ସାଇତି ରଖିବାକୁ ସେଭଳି କୈଣସି ଉଦ୍ୟମ ହୋଇନାହିଁ ।

ରାୟଗଡ଼ା ଜିଲ୍ଲା କଲୋନରା ବ୍ଲକ ଅନ୍ତର୍ଗତ ଗୋପାଳବାଡ଼ି ଗାଁରେ  ରହିଛି ସ୍ୱାଧିନତା ଏବଂ ଭୁଦାନ ଆନ୍ଦୋଳନର ସ୍ମାରକୀ । ଏହି ସ୍ଥାନରେ ବିନୋବା ଭାବେଙ୍କ ଠାରୁ ଆରମ୍ଭ କରି ଜୟପ୍ରକାଶ ନାରାୟଣ , ନାନା ସାହେବ ସହତ୍ସଭୂଜ , ଗୋପବନ୍ଧୁ ଦାସ , ନବକୃଷ୍ଟ ଚୈଧୁରୀ , କୋରାପୁଟିଆ ଗାନ୍ଧି ବିଶ୍ୱନାଥ ପଟ୍ଟନାୟକ , ମାଳତୀ ଦେବୀ , ରମା ଦେବୀ ଏବଂ ଅର୍ଣ୍ଣପୁର୍ଣ୍ଣା ମହାରଣାଙ୍କ ଭଳି ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ଡ଼େରା ଜମୁଥିଲା । ବୈଠକ ହେଉଥିଲା, ଆଲୋଚନା ହେଉଥିଲା । ଏଠାରୁ ଗୁପ୍ତ ବୈଠକ ମାଧ୍ୟମରେ ସେତେବଳର ଅବିଭକ୍ତ କୋରାପୁଟ ଜିଲ୍ଲା ସାଙ୍ଗକୁ ଦଣ୍ଡକାରଣ୍ୟ ଅଚଂଳରେ ବ୍ରିଟିଶ ସେନାଙ୍କ ବିରୁଦ୍ଧରେ ସଂଗ୍ରାମର ନକ୍ସା ପ୍ରସ୍ତୁତ ହେଉଥିଲା । ଯାହାକି କୋରାପୁଟିଆ ଗାନ୍ଧି ବିଶ୍ୱନାଥ ପଟ୍ଟନାୟକଙ୍କ ମାଧ୍ୟମରେ ସଂଗ୍ରାମୀଙ୍କ ନିକଟରେ ବାର୍ତା ପହଚିଂବା ସହ ସ୍ୱାଧିନତା ସଂଗ୍ରାମକୁ ତୀବ୍ରତର କରିବାରେ ସହାୟକ ହେଉଥିଲା ।

 


ମୋଟାମୋଟି ଭାବେ କହିବାକୁ ଗଲେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ହେଉଥିବା ସ୍ୱାଧିନତା ସଂଗ୍ରାମର ଗୁପ୍ତ ବୈଠକ ସ୍ଥଳ ବା ଏନ୍ତୁଡ଼ି ଶାଳ କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ୱାଧିନତା ବହୁ ପୁର୍ବରୁ ଏଠି ସ୍ୱାଧିନତା ସଂଗ୍ରାମୀ ମାନଙ୍କ ପାଇଁ କାଟିପିନ୍ଧ, କୁଟିଖାଅ ନାରାକୁ ସାକାର କରିବା ପାଇଁ ଅରଟରେ ସୁତା ପ୍ରସ୍ତୁତି ସହ ଲୁଗା ତିଆରି କରି ସଂଗ୍ରାମୀଙ୍କୁ ପଠାଯାଉଥିଲା । ଏପରିକି ଏହି ସମୟରେ ଭୁଦାନ ଆନ୍ଦୋଳନ ସାଙ୍ଗକୁ ବ୍ୟାପକ ଗୋଶାଳା ମାନ ନିର୍ମାଣ କରାଯାଇଥିଲା । ଯାହାକି ୧୯୨୨ ଏପ୍ରିଲ ପହିଲାରେ ନିର୍ମିତ ଗୋକୁଣ୍ଡରୁ ସ୍ପଷ୍ଟ ଅନୁମେୟ । ତେବେ ଦେଖାରଖା ଅଭାବନରୁ ଗୋପାଳବାଡ଼ିର ଏହି ସ୍ୱାଧିନତା ସ୍ମାରକୀ ଏବେ ଧ୍ୱସଂ ସ୍ତୁପରେ ପରିଣତ ହୋଇଛି । ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ମୁଲ୍ୟବାନ ସାମଗ୍ରୀ ଯାହାକି ଇତିହାସର ମୁକସାଖୀ ଭାବେ ଦଣ୍ଡାୟମାନ ଆଜି ସେସବୁ ମାଟରେ ମିଶିବାକୁ ବସିଲାଣି । ଏଠାରେ ଅନେକ ଘର ମାଟିରେ ମିଶିଥିବା ବେଳେ ହାତ ଗଣତି ଯେଉଁ କେତୋଟି ଘର ରହିଛି ତାହା ସବୁ ମଧ୍ୟ ଜରାଜିର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି । ଦିନ ଥିଲା ଯେଉଁଥିପାଇଁ ଏହି ଗୋପାଳବାଡ଼ି ସାରା ରାଜ୍ୟରେ ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଭାବେ ବେଶ ପରିଚିତ ଥିଲା ଆଜି ସ୍ଥାନିୟ ଲୋକେ ମଧ୍ୟ ଭୁଲିବାକୁ ବସିଲେଣି ଏହି ସ୍ମାରକିର ଐତିହାସିକ ଗାଥା ।

 

କେବଳ ଜନତା ନୁହଁନ୍ତି ଆମ ସରକାର ମଧ୍ୟ ଗୋପାଳବାଡ଼ିରେ ଥିବା ସ୍ମାରକି ସମ୍ପର୍କରେ ଭୁଲିଗଲେଣି । ବର୍ତମାନ ଏହି ସ୍ମାରକିର ରକ୍ଷଣାବେକ୍ଷଣ ଦାୟୀତ୍ୱ ଉତ୍କଳ ଖଦି ମଣ୍ଡଳ ହାତରେ ରହିଛି । କିନ୍ତୁ ଅର୍ଥ  ଅଭାବ ଯୋଗଁ ହୋଇପାରୁନି ରକ୍ଷଣା ବେକ୍ଷଣ । ୨୭ ଏକର ପରିଧି ମଧ୍ୟରେ ଥିବା ଏହି ସ୍ମାରକୀ ଏବେ ଅନାଥଙ୍କ ଭଳି ଖୋଲା ଆକାଶ ତଳେ ଖରା, ବର୍ଷାରେ ପଡ଼ି ରହି ନଷ୍ଟ ହେବାରେ ଲାଗିଛି । ସ୍ୱାଧିନତାର ଏନ୍ତୁଡ଼ିଶାଳ କୁହାଯାଉଥିବା ଏହି ସ୍ଥାନକୁ ଯଦି ସରକାର ଦୃଷ୍ଟି ଦିଅନ୍ତେ ତେବେ ଆଗାମୀ ପିଢ଼ିପାଇଁ ଏହା ଏକ ଗର୍ବ ଏବଂ ଗୈାରବ ବିଷୟ ହୋଇପାରନ୍ତା ।

Leave A Reply

Your email address will not be published.