କଲମ୍ବୋ: ଭାରତର ତୀବ୍ର ବିରୋଧ ସତ୍ୱେ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ମଙ୍ଗଳବାର ଚୀନର ଜାସୁସୀ ଜାହାଜ ୟୁଆନ ୱାଙ୍ଗ ୫ ପଂହଚିଛି । ଏହି ସ୍ପାଏ ଶିପ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏଠାରେ ରହିବ । ଭାରତ ସରକାର ନେଭିଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପାଏ ଶିପ ସାଟେଲାଇଟ, ରକେଟ ଓ ଇଂଟରକଂଟିନେଟାଂଲ ବାଲିଷ୍ଟିକ ମିସାଇଲରେ ସଜ୍ଜିତ । ଏହ ବ୍ୟତୀତ ଏଥିରେ ଏପରି ଉପକରଣ ଲାଗିଛି ଯେ, ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ହାମ୍ବୋନଟୋଟା ବନ୍ଦରକୁ ଚୀନ ୯୯ ବର୍ଷ ପାଇଁ ଲିଜରେ ନେଇଛି । ଚୀନ ଏହି ଜାହଜକୁ ଗବେଷଣା ପାଇଁ ବ୍ୟବହାର କରୁଥିବା ପ୍ରକାଶ କରୁଥିଲେ ମଧ୍ୟ ଏହା ମାଧ୍ୟମରେ ଅନ୍ୟ ଦେଶର ଗୁପ୍ତ ତଥ୍ୟ ମଧ୍ୟ ସଂଗ୍ରହ କରିଥାଏ । ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଶ୍ରୀଲଙ୍କାରେ ଏହା କେବଳ ରହଣି କରିବ, କୌଣସି ପ୍ରକାରର ଗବେଷଣା କରିବ ନାହିଁ ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.