ସିନୌର: ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବୁଧବାର ତାଙ୍କ ଦ୍ୱିତୀୟ ବିବାହର ଅଭିଯୋଗ ପରେ ଏବେ ବିଧାୟକଙ୍କ ଏକ ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓ କଲିଂରେ ସେ ତାଙ୍କ ପ୍ରାଇଭେଟ ପାର୍ଟ ଦେଖାଉଛନ୍ତି । ଜୀରକପୁର ଥାନାରେ ପ୍ରଥମ ପତ୍ନୀଙ୍କ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି । ଅଶ୍ଲୀଳ ଭିଡିଓ ସମ୍ପର୍କରେ ସେ କହିଛନ୍ତି ପତ୍ନୀ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି । ସେ କହିଛନ୍ତି ତାଙ୍କର ଇନଫେକସନ ହୋଇଥିଲା । ସେ ସମୟରେ ପତ୍ନୀ ତାଙ୍କୁ ଘରକୁ ବାରମ୍ବାର ଡାକୁଥିଲେ । ଶେଷରେ ଭିଡିଓ କଲ ଏ ସମ୍ପର୍କରେ ଜଣାଇଥିଲେ ଯାହାକୁ ତାଙ୍କ ପତ୍ନୀ ରେକର୍ଡିଂ କରିଥିଲେ । ମୋତେ ବଦନାମ କରିବା ପାଇଁ ଏହି ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି । ତେବେ ପଠାନମଜାରା ସ୍ୱୀକାର କରିଛନ୍ତି ଯେ, ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ ଖରାପ ହୋଇ ନ ଥିବା ବେଳେ ସେ ଆଉ ଥରେ ପ୍ରେମରେ ପଡିଥିଲେ । ଯାହାକି ତାଙ୍କ ଭୁଲ ଥିଲା । ଶିରୋମଣି ଅକାଳୀ ଦଳର ପୂର୍ବ ସାଂସଦ ପ୍ରେମ ସିଂ ଚନ୍ଦୁମାଜରା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମୁଖ୍ୟମନ୍ତ୍ରୀ ଭାଗୱତ ମାନଙ୍କୁ ଦଳରୁ ବାହାର କରିବା ପାଇଁ କହିଛନ୍ତି ।
BREAKING NEWS
- Gun Found: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ମିଳିଲା ବନ୍ଧୁକ
- Jaundice Outbreak: ରାୟଗଡ଼ାରେ ଜଣ୍ଡିସ୍ ଆତଙ୍କ, ଗୋଟିଏ ସପ୍ତାହରେ ୧୨ ଆକ୍ରାନ୍ତ
- Weather Update: ପୁଣି ଥରେ ଥରାଇବ ଶୀତ, କୁହୁଡ଼ି ନେଇ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ
- ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ, ଭାଙ୍ଗିଲା ୨୭୪ ମିଲିୟନ ଫଲୋଅର୍ସଙ୍କ ହୃଦୟ
- Leh Air Force Station: ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ, ୨୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲା…
- Delivery Boy: ବିଲ ଭିତରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ ବାପା
- World Bank President:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ; ନିଯୁକ୍ତି ସୁଯୋଗ ସୃଷ୍ଟିକୁ କଲେ ପ୍ରଶଂସା
- ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ସିଦ୍ଧାନ୍ତ ମହାପାତ୍ର
- Kotia: କୋଟିଆରେ ଆନ୍ଧ୍ରର ସର୍ଭେ ଟିମ୍; ଆକଟ କରିବାରୁ ପୋଲିସ ସହ ବଚସା
- ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା
Comments are closed.