ସିନୌର: ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବୁଧବାର ତାଙ୍କ ଦ୍ୱିତୀୟ ବିବାହର ଅଭିଯୋଗ ପରେ ଏବେ ବିଧାୟକଙ୍କ ଏକ ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓ କଲିଂରେ ସେ ତାଙ୍କ ପ୍ରାଇଭେଟ ପାର୍ଟ ଦେଖାଉଛନ୍ତି । ଜୀରକପୁର ଥାନାରେ ପ୍ରଥମ ପତ୍ନୀଙ୍କ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି । ଅଶ୍ଲୀଳ ଭିଡିଓ ସମ୍ପର୍କରେ ସେ କହିଛନ୍ତି ପତ୍ନୀ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି । ସେ କହିଛନ୍ତି ତାଙ୍କର ଇନଫେକସନ ହୋଇଥିଲା । ସେ ସମୟରେ ପତ୍ନୀ ତାଙ୍କୁ ଘରକୁ ବାରମ୍ବାର ଡାକୁଥିଲେ । ଶେଷରେ ଭିଡିଓ କଲ ଏ ସମ୍ପର୍କରେ ଜଣାଇଥିଲେ ଯାହାକୁ ତାଙ୍କ ପତ୍ନୀ ରେକର୍ଡିଂ କରିଥିଲେ । ମୋତେ ବଦନାମ କରିବା ପାଇଁ ଏହି ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି । ତେବେ ପଠାନମଜାରା ସ୍ୱୀକାର କରିଛନ୍ତି ଯେ, ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ ଖରାପ ହୋଇ ନ ଥିବା ବେଳେ ସେ ଆଉ ଥରେ ପ୍ରେମରେ ପଡିଥିଲେ । ଯାହାକି ତାଙ୍କ ଭୁଲ ଥିଲା । ଶିରୋମଣି ଅକାଳୀ ଦଳର ପୂର୍ବ ସାଂସଦ ପ୍ରେମ ସିଂ ଚନ୍ଦୁମାଜରା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମୁଖ୍ୟମନ୍ତ୍ରୀ ଭାଗୱତ ମାନଙ୍କୁ ଦଳରୁ ବାହାର କରିବା ପାଇଁ କହିଛନ୍ତି ।
BREAKING NEWS
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
Comments are closed.