Latest Odisha News

BREAKING NEWS

କମୁଛି ବନ୍ୟା ଜଳ, ବଢ଼ୁଛି ଦୁର୍ଦ୍ଦଶା

ପାରାଦୀପ: ବେଘର କରିଛି ଜଳ ପ୍ରଳୟ । ବନ୍ୟା ଉଜାଡ଼ି ଦେଇଛି ସବୁକିଛି । କିଏ ଛାତ ଉପରେ ରୋଷେଇ କରୁଛି ତ ଆଉ କିଏ ରାସ୍ତା ଉପରେ ପାଲ ଟାଣି ଘରର ସମସ୍ତ ଜିନିଷକୁ ଜଗି ରହିଛି । ମହାନଦୀରେ ବନ୍ୟା ଆସିବା ପରେ ଜଳରେ ବିତୁଛି ଜୀବନ । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ଲୋକଙ୍କ ଘର ଭିତରେ ପାଣି ପସିଛି ।

କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟେ ପାଣିରେ ଜୀବନ ବଞ୍ଚାଇବକୁ ସଂଘର୍ଷ କରୁଛନ୍ତି ଜଗତସିଂହପୁର କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକେ । ଘରେ ପାଣି ପସିବା ପରେ ଛାତ ଖଣ୍ଡିକ ସମସ୍ତଙ୍କ ସାହା ପାଲଟିଛି । ପାଣି ଘେରରେ ଲୋକେ ରହିଥିବା ବେଳେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛି ପ୍ରଶାସନ ।

ସ୍ଥାନୀୟ ବିଧାୟକଙ୍କ ସହ ଅତିରିକ୍ତ ଶାସନ ସଚିବ କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସମସ୍ତଙ୍କୁ ପଲିଥିନ ସହ ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ବିଭିନ୍ନ ନଦୀରେ ଜଳସ୍ତର ଖସୁଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.