ମୁମ୍ବାଇ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋର ଏକ ବିଜ୍ଞାପନକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଛି । ବିଜ୍ଞାପନରେ ବଲିଉଡ ଷ୍ଟାର ହ୍ରିତିକ ରୋଶନ ଅର୍ଡର ଦେବା ବେଳେ କହୁଛନ୍ତି ଉଜ୍ଜୈନରେ ଅଛି ମହାକାଳଙ୍କ ଥାଳି ଖାଇବାକୁ ମନ ହେଉଛି । ଏ ଭଳି ବିଜ୍ଞାପନ ଜାରୀ କରିବା ବେଳେ କମ୍ପାନୀ ଭଲ କରି ବିଚାର କରିବା ଉଚିତ । ହିନ୍ଦୁମାନେ ସହିଷ୍ଣୁ ବୋଲି କିଛି କରି ନାହାନ୍ତି , ଅନ୍ୟ କୌଣସି ସମ୍ପ୍ରଦାୟ ହୋଇଥିଲେ କମ୍ପାନୀ ଜାଳି ଦେଇଥାନ୍ତେ ବୋଲି ମହାକାଳ ମନ୍ଦିରର ପୂଜାରୀ କହିଛନ୍ତି । ଏଠାରେ ଅନ୍ନ କ୍ଷେତ୍ରରେ ଭକ୍ତଙ୍କୁ ପ୍ରସାଦ ଭୋଜନ ଥାଳୀରେ ଦିଆ ଯାଇଥାଏ । ଏହା ମନ୍ଦିର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଏହି ପ୍ରସାଦ ବଂଟା ଯାଇଥାଏ । ଏହା ବାହାରକୁ ପଠା ଯାଇ ନ ଥାଏ । ତୁରନ୍ତ ଏହି ବିଜ୍ଞାପନ ବନ୍ଦ କରାଯାଉ ଅନ୍ୟଥା ଆମେ କୋର୍ଟରେ ଆଶ୍ରୟ ନେବୁ ବୋଲି ପୂଜାରୀ କହିଛନ୍ତ । କଲେକ୍ଟର ଓ ମହାକାଳ ମନ୍ଦିର ସମିତି ଅଧ୍ୟକ୍ଷ ଏହି ବିଜ୍ଞାପନକୁ ତଥ୍ୟହୀନ ବୋଲି କହିଛନ୍ତି । ଭଗବାନ ଶିବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ମହାକାଳେଶ୍ୱର ଉଜ୍ଜୈନରେ ରହିଛି । ଏହା ଏକମାତ୍ର ଦକ୍ଷିଣମୁଖୀ ଜ୍ୟୋର୍ତିଲିଙ୍ଗ । ଜୋମାଟୋ ଏବଂ ହ୍ରିତିକ ରୋଶନ ଏ ନେଇ କ୍ଷମା ମାଗନ୍ତୁ ବୋଲି ମହାକାଳେଶ୍ୱରଙ୍କ ଭକ୍ତମାନେ ଦାବୀ କରିଛନ୍ତି ।
BREAKING NEWS
- ‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’
- ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
- ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !
- ‘ଇଣ୍ଡି ଦଳ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ NRC, CAA ଏବଂ ୟୁନିଫର୍ମ ସିଭିଲ୍ କୋଡ୍’; ମମତା
- ଛତିଶଗଡ ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ
- ବିଶାଳ ଦାସଙ୍କ ପିଏଙ୍କ ଘରେ ଆଇଟି ଟିମର ଛାନଭିନ୍
- ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ
- ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲା ୫ ଜୀବନ
- ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ
- କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା