Latest Odisha News

BREAKING NEWS

ଇଡି ଦଖଲରେ ବାରିମୂଳ ଆଶ୍ରମ, ତଥାପି କେମିତି ପଶି ପୂଜାର୍ଚ୍ଚନା କଲେ ସାରଥି ଅନୁଗତ ?

କେନ୍ଦ୍ରାପଡ଼ା: ବାରିମୂଳରେ ଗହଳି । ସାରଥିଙ୍କୁ ଖୋଜୁଛନ୍ତି ଅନୁଗାମୀ । କେନ୍ଦ୍ରାପଡ଼ା ଉପକଣ୍ଠ ବାରିମୂଳରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ପୁଣି ପୂଜାର୍ଚ୍ଚନା କରିଛନ୍ତି ସାରଥି ଅନୁଗତ । ବାରିମୂଳ ଆଶ୍ରମ ଭିତରେ ଜୋର ଜବରଦସ୍ତ ପଶି ଅନୁଗତ ସାରଥିଙ୍କ ପୂଜାର୍ଚ୍ଚନା କରିଛନ୍ତି । ସାରଥିଙ୍କ ଫଟୋରେ ଫୁଲ, ଦୂପ ଦେବା ସହ ବନ୍ଦନା କରି ଭୋଗ ଅର୍ପଣ କରିଛନ୍ତି । ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସାରଥି ଅନୁଗତଙ୍କ ବାରିମୂଳ ଆଶ୍ରମରେ ଏଭଳି ପୂଜାର୍ଚ୍ଚନା ଅନେକ ପ୍ରଶ୍ନ ଛିଡ଼ା କରିଛି ।

୨୦୧୩ ଅଗଷ୍ଟ ୮ ତାରିଖରେ ବାରିମୂଳ ଆଶ୍ରମରୁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୨୦୧୯ ଜୁଲାଇରେ ବେଲ୍ ପାଇ ଜେଲରୁ ବାହାରିଥିଲେ ସାରଥି । ବେଲ୍ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାରିମୂଳ ସ୍ଥିତ ସାରଥି ଆଶ୍ରମକୁ ସମସ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଏବେ ବାରିମୂଳ ଆଶ୍ରମ ଇଡି ଦଖଲରେ ରହିଥିବା ବେଳେ ଶତାଧିକ ସାରଥି ଅନୁଗତ ଆଶ୍ରମ ଭିତରେ କିଭଳି ପଶିଲେ ? ତାକୁ ନେଇ ନାନା ଚର୍ଚ୍ଚା ହେଉଛି । ବେଲରେ ଜେଲରୁ ବାହାରିବା ପରେ କୋର୍ଟଙ୍କ ସର୍ତ୍ତ ମୁତାବକ ସାରଥି କେନ୍ଦ୍ରପଡ଼ା ମାଡ଼ି ନାହାନ୍ତି । କିନ୍ତୁ ତାଙ୍କ ଅନୁଗତ ସମୟ ସମୟରେ ସାରଥିଙ୍କ ପୂଜାର୍ଚ୍ଚନା କରି ପ୍ରସଙ୍ଗକୁ ତାଜା କରୁଛନ୍ତି । ଆଉ ଏବେ ଜନ୍ମାଷ୍ଟମୀ ଅବସରରେ ବାରିମୂଳ ଆଶ୍ରମରେ ସାରଥିଙ୍କ ଫଟୋକୁ ପୂଜାର୍ଚ୍ଚନା ଓ ଅନାଧିକାର ପ୍ରବେଶ ନେଇ ଲୋକ ପୋଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.