ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସିନିୟର ଖେଳାଳି ଝୁଲଣ ଗୋସ୍ୱାମୀ ତାଙ୍କ ଅବସର ନେଇ ଆଜି ଘୋଷଣା କରିଛନ୍ତି । ଚକଦା ଏକ୍ସପ୍ରେସ ଭାବେ ପରିଚିତ ଝୁଲଣ ଲର୍ଡସର ଐତିହାସିକ ଷ୍ଟାଡିୟମରେ କ୍ୟାରିୟର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ୨୪ ସେପ୍ଟମ୍ବରରେ ଏହି ମ୍ୟାଚ ଖେଳାଯିବ । ପଶ୍ଚିମବଙ୍ଗର ଚକଦାରେ ଜନ୍ମିତ ଝୁଲଣ ୬ ଜାନୁୟାରୀ ୨୦୦୨ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦ ବର୍ଷ କ୍ୟାରିୟରରେ ଝୁଲଣ ୨୮୧ ମ୍ୟାଚ ଖେଳି ସର୍ବାଧିକ ୩୫୨ ୱିକେଟ ଅକ୍ତିଆର କରିଛନ୍ତି । ମହିଳା ବିଶ୍ୱକପରେ ମଧ୍ୟ ସର୍ବାଧିକ ୱିକେଟ ଏବଂ ୨ ଥର ୪ ୱିକେଟ ନେବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଏହା ପୂର୍ବରୁ ସେ ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା କରି ସାରିଥିଲେ । ୨୦୧୮ରେ ଶେଷ ଟି୨୦ ମ୍ୟାଚ ଓ ୨୦୨୧ ଅନ୍ତିମ ଟେଷ୍ଟ ଖେଳିଥିଲେ । ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ପରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଫିଟନେସ ସମସ୍ୟା ନେଇ ଝୁଲଣ କିଛି ଦିନ ହେବ ସଂଘର୍ଷ କରୁଥିଲେ । ଝୁଲଣଙ୍କ ଜୀବନ ଉପରେ ଚକଦା ଏକ୍ସପ୍ରେସ ଫିଲ୍ମ ନିର୍ମିତ ହୋଇଥିଲା । ଏଥିରେ ଅନୁଷ୍କା ଶର୍ମା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
BREAKING NEWS
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
Comments are closed.