ନୂଆଦିଲ୍ଲୀ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ମହାକାଳଙ୍କ ଥାଳୀ ବିବାଦ ନେଇ କ୍ଷମା ମାଗିଛି । ଆମେ ଉଜ୍ଜୈନ ଲୋକଙ୍କୁ ସମ୍ମାନ କରୁ ସେମାନଙ୍କ ପାଇଁ ବିଜ୍ଞାପନ ପ୍ରସାରଣ ମଧ୍ୟ ବନ୍ଦ କରିଦେଇଛୁ । ଜୋମାଟୋର ଏକ ବିଜ୍ଞାପନରେ ହ୍ରିତିକ ରୋଶନ ମହାକାଳ ଥାଳୀ ମଙ୍ଗାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମହାକଳାଙ୍କ ଥାଳୀ ବାହାରକୁ ବିକ୍ରି ପାଇଁ ପଠା ଯାଇ ନ ଥାଏ । ଏଥିନେଇ ମହାଦେବଙ୍କ ଭକ୍ତ ଏବଂ ଉଜ୍ଜୈନବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ମନ୍ଦିର ପୂଜାରୀ ମଧ୍ୟ କ୍ଷମା ନ ମାଗିଲେ କୋର୍ଟର ଆଶ୍ରୟ ନେବେ ବୋଲି ଧମକ ଦେଇଥିଲେ । ଜୋମାଟୋ ଆମ ଭାବନା ସହିତ ନ ଖେଳୁ ବୋଲି ସେ ଅନୁରୋଧ କରିଥିଲେ । ବିଭିନ୍ନ ମହଲରୁ ଚାପ ପଡିବା ପରେ ଶେଷରେ ଜୋମାଟୋ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲା ।
BREAKING NEWS
- ସ୍ୱଚ୍ଛ ଶକ୍ତି ବୈଷୟିକ ଜ୍ଞାନ ଆଦାନପ୍ରଦାନ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
- ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିୟୋଜନ ପାଇଁ କଡ଼ା ନିର୍ଦ୍ଦେଶ
- Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ୮ଗ୍ରାମ୍ ଧଳାଜହର ଖେଳପଡ଼ିଆରୁ ଜବତ;୨ ବେପାରୀ ଗିରଫ

Comments are closed.