ନୂଆଦିଲ୍ଲୀ: ଗାଜିପୁର ବର୍ଡର ନିକଟରେ ଦିଲ୍ଲୀ ପୋଲିସ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଛି । ଗିରଫ ହେବା ପରେ ବିକେୟୁ ସଦସ୍ୟଙ୍କୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ କୁହାଯାଇଛି । ଟିକାଏତଙ୍କ କେତେକ ସହଯୋଗୀଙ୍କୁୁ ମଧ୍ୟ ପୋଲିସ ଅଟକ ରଖିଛି । ବେକାରୀ ସମସ୍ୟା ନେଇ ଆନ୍ଦୋଳନ କରୁଥିବା ଯୁବକମାନଙ୍କ ନିକଟକୁ ଟିକାଏତ ଯାଉଥିଲେ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କା ଥିବାରୁ ପୋଲିସ ତାଙ୍କ ଅଧା ବାଟରୁ ନେଇ ଯାଇଥିଲା । ୟୁପି ସଂଗଠନର ସମସ୍ତ ସଦସ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ବିକେୟୁ ଜିଲା ଅଧ୍ୟକ୍ଷ ଯୋଗେଶ ଶର୍ମା କହିଛନ୍ତି । ଟିକାଏତଙ୍କ ସହ ତାଙ୍କ ସଂଗଠନର ସଦସ୍ୟମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଟିକାଏତ ଟ୍ୱିଟ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ସରକାରଙ୍କ ଇଙ୍ଗିତରେ କାମ କରୁଛି । ଏହି ସଂଘର୍ଷ ଅଟକିବ ନାହିଁ ।
BREAKING NEWS
- Digital payment: “SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ସୁବିଧା
- ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ: ସୃଷ୍ଟି ହେବ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
- ଆରମ୍ଭ ହେବ ଓଡ଼ିଶା ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…
- ଟି୨୦ କ୍ରିକେଟ: ୯୦୦୦ ରନ୍ ଅତିକ୍ରମ କଲେ ସଞ୍ଜୁ , ଏଲିଟ୍ ତାଲିକାରେ ପଞ୍ଚମ ଭାରତୀୟ
- ବିସିସିଆଇ ବାର୍ଷିକ ବୈଠକ: ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅନିଶ୍ଚିତତା, ଧମାଲ ପୂନର୍ବାର ହେଲେ ଆଇପିଏଲ ଚେୟାରମ୍ୟାନ
- ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି
- ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ
- ୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ
- ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ
- ବହୁ ଚର୍ଚ୍ଚିତ ନିଠାରୀ ଘଟଣା: ଆତ୍ମହତ୍ୟା କଲା ସୁରେନ୍ଦ୍ର କୋଲି

Comments are closed.