ନୂଆଦିଲ୍ଲୀ: ଗାଜିପୁର ବର୍ଡର ନିକଟରେ ଦିଲ୍ଲୀ ପୋଲିସ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଛି । ଗିରଫ ହେବା ପରେ ବିକେୟୁ ସଦସ୍ୟଙ୍କୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ କୁହାଯାଇଛି । ଟିକାଏତଙ୍କ କେତେକ ସହଯୋଗୀଙ୍କୁୁ ମଧ୍ୟ ପୋଲିସ ଅଟକ ରଖିଛି । ବେକାରୀ ସମସ୍ୟା ନେଇ ଆନ୍ଦୋଳନ କରୁଥିବା ଯୁବକମାନଙ୍କ ନିକଟକୁ ଟିକାଏତ ଯାଉଥିଲେ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କା ଥିବାରୁ ପୋଲିସ ତାଙ୍କ ଅଧା ବାଟରୁ ନେଇ ଯାଇଥିଲା । ୟୁପି ସଂଗଠନର ସମସ୍ତ ସଦସ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ବିକେୟୁ ଜିଲା ଅଧ୍ୟକ୍ଷ ଯୋଗେଶ ଶର୍ମା କହିଛନ୍ତି । ଟିକାଏତଙ୍କ ସହ ତାଙ୍କ ସଂଗଠନର ସଦସ୍ୟମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଟିକାଏତ ଟ୍ୱିଟ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ସରକାରଙ୍କ ଇଙ୍ଗିତରେ କାମ କରୁଛି । ଏହି ସଂଘର୍ଷ ଅଟକିବ ନାହିଁ ।
BREAKING NEWS
- ରାଜଧାନୀରୁ ୭୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ
- OUSSSC CPSE 2024: ପୋଲିସ ଏସ୍ଆଇ ପରୀକ୍ଷାର୍ଥୀଙ୍କ ବଢିଲା ତଥ୍ୟ ଅପଡେଟ୍ ସମୟସୀମା
- ୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ
- ମୁମ୍ବାଇ ଇଣ୍ଡିଆନ୍ସ ହେଲା ସବୁଠାରୁ ଦାମୀ ଟିମ
- Sheikh Hasina approaches UN: ଢାକା ଫେରିବା ପୂର୍ବରୁ UNର ଦ୍ୱାରସ୍ଥ ହେଲେ ଶେଖ୍ ହସିନା;ଜାଣନ୍ତୁ କାରଣ…
- ରଣଜୀ ଟ୍ରଫିରେ ଚିନ୍ମୟ ସୁତାରଙ୍କ ଧମାକା: ଭାଙ୍ଗିଲେ ୧୦୦ ବର୍ଷର ବିଶ୍ୱ ରେକର୍ଡ!
- କିଟରେ ହେବ ଓଡ଼ିଶା ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ
- PM Kisan Yojana:କାଲି ମିଳିବ ପିଏମ୍ କିଷାନ ଟଙ୍କା; ରାଜ୍ୟରେ ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି
- ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ
- ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

Comments are closed.