Latest Odisha News

BREAKING NEWS

କୁଶଭଦ୍ରା ନଦୀରେ ଭାସିଯାଇ ପ୍ରାଣ ହରାଇଲେ ପୂଜକ

ପୁରୀ : ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି  । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି  ।  ପୁରୀ ଜିଲ୍ଲା କୁଶଭଦ୍ରା  ନଦୀ ବନ୍ୟା ଜଳରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।  ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି  ଅଡଙ୍ଗେଇ ପୀଠ ପୂଜକ । ମୃତକ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର କବିରାଜ ପଣ୍ଡା ବୋଲି ଜଣାପଡିଛି। ସୂଚନା ଥାଉକି ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର ,ମା ଅଡଙ୍ଗେଇ ପୀଠ ପୂଜକ କବିରାଜ ପଣ୍ଡା ସକାଳୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବନ୍ୟା ଜଳ ସ୍ରୋତରେ ଭାସି ଯାଇଥିଲେ। ଫଳରେ ବନ୍ୟା ଜଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି  । ଏହି ଘଟଣା ପରେ  ଗ୍ରାମରେ ଶୋକାକୋଳ ପରିବେଶ ଖେଳି ଯାଇଛି। ତେବେ ତାଙ୍କ ପରିବାର ବର୍ଗ ଭରଣପୋଷଣ କିଭଳି ହେବ ସେ ନେଇ ହତାଶ ହୋଇ ପଡିଛନ୍ତି କବିରାଜ ଙ୍କ ପରିବାର ଲୋକେ। ମାନବିକତା ଦୃଷ୍ଟି କୋଣରୁ ତୁରନ୍ତ ସରକାରୀ ସାହାର୍ଯ୍ୟ ସହ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଷୋଳପୁର ଗ୍ରାମବାସୀ ଦାବି କରିଛନ୍ତି।

Comments are closed.