Latest Odisha News

BREAKING NEWS

ଶୈଳଶ୍ରୀ ବିହାରରରେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମିଳିଛି । ଶୁକ୍ରବାର ପୋଲିସ ଏକ ଭଡ଼ା ଘରୁ ଉତ୍କଳ ଶ୍ୱେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି । ପ୍ରେମ ବିବାଦରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ମିଳିଥିବା କିଛି ପ୍ରମାଣ ଆଧାରରେ ସନ୍ଦେହ କରାଯାଉଛି ।

ଶ୍ୱେତା ବିଗତ ଗୋଟିଏ ବର୍ଷ ହେବ ଇନଫୋସିସରେ ଚାକିରି କରୁଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ତିନି ଜଣ ସାଙ୍ଗ ମାନଙ୍କ ସହ ମିଶି ରହୁଥିଲେ । ଜନ୍ମାଷ୍ଟମୀ ପାଇଁ ସାଙ୍ଗମାନେ ଗାଁକୁ ଯାଇଥିବା ବେଳେ ଶ୍ୱେତା ଏକୁଟିଆ ରହୁଥିଲେ। ଏହି ସମୟରେ ଶ୍ୱେତା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ମୃତଦେହ ଜବତ କରିବା ପରେ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି । ପ୍ରେମିକ ସନ୍ଦେହ କରାଯାଉଥିବା ପୁଅକୁ ପୋଲିସ ହେପାଜତକୁ ନେଇ ପଚରାଉଚୁରା କରୁଛି ।

ଶ୍ୱେତାଙ୍କ ଫୋନ୍ ବାରମ୍ବାର ସ୍ୱିଚ୍ ଅଫ୍ ଆସିବାରୁ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ମୋବାଇଲ ଟ୍ରାକ୍ କରି ଶ୍ୱେତାଙ୍କ ଘରକୁ ଯାଇ ମୃତଦେହ ପାଇଥିଲା ।

ଘଟଣାର ଅଧିକ ତଦନ୍ତ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ କିଛି ବ୍ୟକ୍ତିଗତ ବିଷୟ ତଦନ୍ତ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.