ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ ହାତ ଉଠାଇଥିଲେ । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭିଡିଓରେ ଅନ୍ୟମାନେ ତାଙ୍କୁ ଛଡାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଇଣ୍ଡିଆନ ମେଡିକାଲ ଆସୋସିଏଶନର ମିଜୋରମ ୟୁନିଟ ଏହି ଘଟଣାକୁ କଡା ନିନ୍ଦା କରିବା ସହ କଳା ବ୍ୟାଜ ପିନ୍ଧିଥିଲେ । ବିଭିନ୍ନ ମହଲରୁ ଚାପ ପଡିବା ପରେ ଜୋରାମଥାଙ୍ଗା ତାଙ୍କ ଇନଷ୍ଟାଗ୍ରାମ ଆଂକାଉଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଏପରିକି ଏହି ଘଟଣାକୁ ସେ କୌଣସି ମୋତେ ଘୋଡେଇବାକୁ ଚେଷ୍ଟା କରୁ ନାହାନ୍ତି ବୋଲି କହିଥିଲେ । ମୋ ଝିଅ ଭୁଲ କରିଛି ଏବଂ ମୁଁ ଆପଣମାନଙ୍କୁ କ୍ଷମା ମାଗିଛୁ ବୋଲି ହାତଲେଖା ନୋଟରେ ଉଲ୍ଲେଖ କରିଛନ୍ତି ।
BREAKING NEWS
- ୧୭ ଘଣ୍ଟା ପରେ ବି ଇରାନ୍ ରାଷ୍ଟ୍ରପତିଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟରେ ଲାଗିଛି ୪୦ ଟିମ୍
- ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ: ଦର୍ଶନ ପରେ ରୋଡ ସୋ’ ଆରମ୍ଭ, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ
- ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା, ଓଡ଼ିଶାମୁହାଁ ହେବା ନେଇ ଆକଳନ
- ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା,୩୫ ବିଧାନସଭାର ଭାଗ୍ୟ ନିର୍ଦ୍ଧାରଣ
- ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି