Latest Odisha News

BREAKING NEWS

ବଡ଼ଚଣା ଡାକ୍ତରଖାନାରେ ରୋଗୀଙ୍କୁ ଆକ୍ରମଣ; ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ଦାୟିତ୍ୱ ନାହିଁ?

ଯାଜପୁର: ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରମଣ ହେଲା । ମାଡ଼ ମାରି ଲହୁ ଲୁହାଣ କଲେ ସିକ୍ୟୁରିଟି ଗାର୍ଡ । ପ୍ରତିକ୍ରିୟାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ କହିଲେ- “ଆମର କିଛି କର୍ତ୍ତବ୍ୟ ନାହିଁ”।

ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ଚି ରଞ୍ଜନ ପଶାୟତ କହିଛନ୍ତି ଯେ- “ସେମାନେ ଆମର କର୍ମଚାରୀ ନୁହନ୍ତି । ଏଜେଣ୍ଟ ଦ୍ୱାରା ନିଯୁକ୍ତ ସେମାନେ । ଆମ କର୍ତ୍ତବ୍ୟ ଯାହା- ଆମେ ତାଙ୍କ ଏଜେଣ୍ଟକୁ ଖବର ଦେଇଛୁ।”

ଶନିବାର କୋଳିଅଠା ଅଞ୍ଚଳରୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ ଦୁଇ ଭାଇ-ଭଉଣୀ। ଶୀଘ୍ର ଚିକିତ୍ସା କରାଇବା ପାଇଁ ଜବରଦସ୍ତି କରିବାରୁ ସିକ୍ୟୁରିଟି ଗାର୍ଡଙ୍କ ସହ ବଚସା ହୋଇଥିଲା ।

ବଚସା ତିକ୍ତତାରୁ ସିକ୍ୟୁରିଟି ଗାର୍ଡ ତିନି ଜଣ ରୋଗୀଙ୍କୁ ଆକ୍ରମଣ କରିଥିଲେ। ମାଡ଼ ମରା ସମୟର ଭିଡିଓ ଭାଇରାଲ ହେବା ପରେ ବଡ଼ଚଣା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ସିକ୍ୟୁରିଟି ଗାର୍ଡଙ୍କ ଗିରଫ ଦାବି କରାଯାଇଛି।

କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତିନି ଜଣ ଗାର୍ଡଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ କହିଛନ୍ତି। ଡାକ୍ତରଖାନା ତରଫରୁ ନିଯୁକ୍ତି ଦେଇଥିବା ଏଜେଣ୍ଟକୁ କହି ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଡ୍ୟୁଟିରୁ ହଟାଇ ଦିଆଯାଇଛି ବୋଲି ଡାକ୍ତର ପଶାୟତ କହିଛନ୍ତି।

ବଡ଼ଚଣା ପୋଲିସ ମେଡିକାଲରେ ପହଞ୍ଚି ଉଭୟଙ୍କୁ ପଚରା ଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି। ଶନିବାର ସନ୍ଧ୍ୟାରେ ଆକ୍ରମଣର ଶିକାର ଯୁବକ ଥାନରେ ଅଭିଯୋଗ କରିଛନ୍ତି । ଏହି ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଉଛି ବଡ଼ଚଣା ପୋଲିସ ।

Leave A Reply

Your email address will not be published.