Latest Odisha News

BREAKING NEWS

କଂଗ୍ରେସ ଛାଡୁଛନ୍ତି ବରିଷ୍ଠ ନେତା, ଆଜାଦ କହିଲେ ରିମୋର୍ଟରେ ଚାଲିଛି କଂଗ୍ରେସ

 ନୁଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ।  ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବହୁ ଗୁମର କଥାକୁ ଚିଠିରେ ବର୍ଣ୍ଣନା କରିଛନ୍ତି  ଏହି ବରିଷ୍ଠ ନେତା ।

କେବଳ ଏତିକି ନୁହେଁ ଆଜାଦ କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ସେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅନୁଭବୀ ନେତା ଗୁଲାମ ନବୀ ଆଜାଦ୍‌ ତାଙ୍କର ଇସ୍ତଫାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳର ବିପର୍ଯ୍ୟୟ ପାଇଁ ଦୋଷ ଦେଇଛନ୍ତି ।  ଦେଶରେ କଂଗ୍ରେସର ଯେଉଁ ଦୁର୍ବଳ ସ୍ଥିତି ରହିଛି ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟି କରିଛନ୍ତି ଆଜାଦ ।

ଜି ୨୩ ଗ୍ରୁପରୁ ପ୍ରଥମେ କପିଲ ସିବଲ ଇସ୍ତଫା ଦେଇଥିଲେ । ଏହାପରେ  ସୁନିଲ ଜାଖଡ଼ ଛାଡିଥିଲେ କଂଗ୍ରେସ ।  ହାର୍ଦ୍ଦିକ ପଟେଲ ବି କଂଗ୍ରେସ ଛାଡିଥିଲେ, ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର, ଆରପିଏନ୍ ସିଂହ, ଜିତିନ ପ୍ରସାଦ, କୁଳଦୀପ ବିଷ୍ଣୋଇ, ଅମିରିନ୍ଦର ସିଂହ, ପ୍ରେମା ଖଣ୍ଡୁ ଏବଂ ନିକଟରେ ପଞ୍ଜାବ କଂଗ୍ରେସର ଯୁବ ଚେହେରା ତଥା ପାର୍ଟିର ମୁଖପାତ୍ର ଜୟବୀର ସେରଗଲ ଅନେକ ଗୁରୁତର ଅଭିଯୋଗ ଆଣି କଂଗ୍ରେସ ଛାଡିଥିଲେ । ଏହା ପୂର୍ବରୁ ହେମନ୍ତ ବିଶ୍ବ ଶର୍ମା ଦଳ ଛାଡିଥିଲେ । ହେମନ୍ତ କହିଛନ୍ତି ଯଦି ଏପରି ନେତା ଛାଡନ୍ତି  , ଦିନ ଆସିବ କେବଳ କଂଗ୍ରେସରେ ରାହୁଲ ଗାନ୍ଧୀ ହିଁ ରହିବେ । ଏପରିକି ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ଏ ସମସ୍ତେ କଂଗ୍ରେସରେ ଦରବାରୀ ବ୍ୟବସ୍ଥା ଚାଲିଛି ଏବଂ ରାହୁଲ ଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ଛାଡିଥିବା କହିଛନ୍ତି ।

ଇସ୍ତଫା ପତ୍ରରେ ଆଜାଦ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା । ସୋନିଆ ଗାନ୍ଧୀ ସମସ୍ତଙ୍କଠାରୁ ପରାମର୍ଶ ନେଇ ଦଳ ପାଇଁ କାର୍ଯ୍ୟ କରୁଥିଲେ ।  କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀ ଯେତେବେଳେ ଦଳରେ  ପ୍ରବେଶ କଲେ କଂଗ୍ରେସର ବରିଷ୍ଠ ନେତାଙ୍କ ପରାମର୍ଶ ନେଲେ ନାହିଁ ।  ଗୁଲାମ ନବୀ ଆଜାଦ ଲେଖିଛନ୍ତି ରାହୁଲ ଗାନ୍ଧୀଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଥିଲା। ଆଉ ସେବେଠାରୁ  ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞମାନଙ୍କୁ ଦାୟିତ୍ବ ଦିଆଯାଇଥିଲା, ତାଙ୍କ ପରାମର୍ଶ ନିଆଯାଇଥିଲା ।

ଏହା ସହ ଆଜାଦ କହିଛନ୍ତି ରାହୁଲ ଗାନ୍ଧିଙ୍କ  ପିଲାଳିଆମି ପାଇଁ ଦଳ ଉପହାସ ହେଉଛି । ରାହୁଲଙ୍କ ଅପରିପକ୍ୱତାର ଏକ ବଡ଼ ଉଦାହରଣ ସେ ଦେଇ କହିଛନ୍ତି ଯେ  ରାହୁଲ ଗାନ୍ଧୀ ଗଣମାଧ୍ୟମ ଉପସ୍ଥିତିରେ ସରକାରଙ୍କ ଅଧ୍ୟାଦେଶକୁ ଚିରି ଦେଇଥିଲେ। ସେହି ନିୟମକୁ କଂଗ୍ରେସର କୋର ଗ୍ରୁପରେ ଆଲୋଚନା କରାଯାଇ କ୍ୟାବିନେଟ ଅନୁମୋଦନ କରାଯାଇଥିଲା । ଏହିପରି ପିଲାଳିଆମୀ ଆଚରଣ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଥିଲା।

ଆଜାଦ ଆହୁରି ଲେଖିଛନ୍ତି ଯେ  ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀଙ୍କ ସହ କାମ ସେ ବହୁଦିନ ଧରି କାମ କରିଥିଲେ ।  କିନ୍ତୁ ଏବେ ତାଙ୍କୁ କାମ କରିବା ପାଇଁ ସମ୍ମାନ ମିଳୁନାହିଁ । କିନ୍ତୁ ଦିନ ଥିଲା ସେ ଗାନ୍ଧୀ ପରିବାରର ଅତି ବିଶ୍ବସ୍ତ ଥିଲେ ।

 ଜମ୍ମୁର ଏକ ଗାଁରୁ ଯୁବ କଂଗ୍ରେସର ବ୍ଳକ ଅଧ୍ୟକ୍ଷ ଭାବରେ କଂଗ୍ରେସକୁ ଆସିଥିଲେ ଗୁଲାମ ନବୀ ଆଜାଦ। ତାପରେ ସେ ରାଜନୀତିରେ ଅନେକ ଦାୟିତ୍ବ ଗ୍ରହଣ କରିଥିଲେ ।  ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ନେଇ କାର୍ଯ୍ୟ କରିଥିଲେ ଆଜାଦ ।

ଆଜାଦ ଚିଠିରେ କହିଛନ୍ତି ୨୦୧୯ ନିର୍ବାଚନ ପରଠାରୁ ଦଳର ଅବସ୍ଥା ପୁରା ବିଗିଡି ଯାଇଛି।  ୱାର୍କିଂ କମିଟି ବୈଠକରେ ଦଳ ପାଇଁ ଲୁହ ଲହୁ  ଦେଇଥିବା ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅପମାନିତ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେଇଥିଲେ ।  ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ତାପରେ ମଧ୍ୟ ରିମୋଟ କଣ୍ଟ୍ରୋଲ ମଡେଲ ରେ  ଭାରତୀୟ ଜାତୀୟ କଂଗ୍ରେସରେ ସବୁ କିଛି କାର୍ଯ୍ୟ ହେଉଛି ।  ରାହୁଲ ଗାନ୍ଧୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଏବଂ ଆହୁରି ବଡ କଥା ଯେ ରାହୁଲଙ୍କ ବ୍ୟକ୍ତିଗତ ସହାୟକ ଓ ସୁରକ୍ଷା କର୍ମୀ ଅନେକ ନିଷ୍ପତ୍ତି ନେଉଛନ୍ତି । ଯାହାକୁ ଅନେକ ବରିଷ୍ଠ କଂଗ୍ରେସ ନେତା ବହୁଦିନ ଧରି ବିରୋଧ କରି ଆସୁଛନ୍ତି ।

ତାଙ୍କ ଇସ୍ତଫା ସମୟରେ ଆଜାଦ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ୟୁପିଏ ସରକାର ସମୟରେ କଂଗ୍ରସକୁ ନଷ୍ଟ କରିଥିବା ‘ରିମୋଟ କଣ୍ଟ୍ରୋଲ’ ମଡେଲ ବର୍ତ୍ତମାନ କଂଗ୍ରେସରେ ଲାଗୁ ହୋଇଛି। ଏହାମାନେ ହେଉଛି ସୋନିଆ ଗାନ୍ଧୀଙ୍କ ସମୟରେ ଯାହା ନିଷ୍ପତ୍ତି ହେଉଛି ତାହାକୁ ଆଉ କିଏ କଂଟ୍ରୋଲ କରୁଛି । ଏପରିକି ସୋନିଆ ଗାନ୍ଧୀ କେବଳ ନାମକୁ ମାତ୍ର ଅଧ୍ୟକ୍ଷା ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ଗାନ୍ଧୀ କିମ୍ବା ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା  ନିଆଯାଉଛି, ତେଣୁ କଂଗ୍ରେସର ଅବସ୍ତା ସମ୍ପର୍କରେ ସମସ୍ତେ ଅବଗତ ବୋଲି ସେ ଚିଠିରେ ଲେଖିଛନ୍ତି ।

ଆଜାଦ ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ  ଭାରତ ଯୋଡ ଯାତ୍ରା ପୂର୍ବରୁ  କଂଗ୍ରେସ ନେତୃତ୍ୱ ପ୍ରଥମେ ‘କଂଗ୍ରେସ ଯୋଡ ଯାତ୍ରା’ ଆରମ୍ଭ କରିବାର ଆବଶ୍ୟକତା ରହିଛି। ତେବେ ଆଜାଦଙ୍କ ପରେ ଆଉ କିଏ ବଡ଼ ନେତା ଇସ୍ତଫା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା

Comments are closed.