Latest Odisha News

BREAKING NEWS

ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ କେଜ୍ରିୱାଲଙ୍କ ସରକାର

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାର ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ । ଆପ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏହା ଘୋଷଣା କରିଛନ୍ତି । ଏ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏକ୍ସସାଇଜ ସ୍କାମରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଛନ୍ଦି ହେବା ପରେ ବିଜେପିକୁ ଆପ ଟାର୍ଗେଟ କରିବା ଆରମ୍ଭ କରିଥିଲା । ଏପରିକି ବିଜେପି ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ବୋଲି ଆପ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲା । ତେବେ ବିଜେପିର ଅପରେଶନ ଲୋଟସ ଫେଲ ମାରିଛି ବୋଲି ସେ କହିଥିଲେ ।

ଦିଲ୍ଲୀବାସୀ ଆମକୁ ଭୋଟ ଦେଇଛନ୍ତି । ସେମାନଙ୍କ ବିଶ୍ୱାସ ପାଇଁ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି । ତେବେ ଆପ ପକ୍ଷରୁ ଡକା ଯାଇଥିବା ପାର୍ଟି ବୈଠକରେ ଅଧିକାଂଶ ବିଧାୟକ ଉପସ୍ଥିତ ଥିଲେ । ଅନୁପସ୍ଥିତ ଥିବା ବିଧାୟକ ଦଳ ସହିତ ଯୋଗ ଦେଇଛନ୍ତି ବୋଲି ପାର୍ଟି ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.