Latest Odisha News

BREAKING NEWS

୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ମନା କଲେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ପୁନର୍ବାର ଚର୍ଚ୍ଚାରେ । ଭୁଲ ଭୁଲେୟା-୨ର ସଫଳତା ପରେ କାର୍ତିକଙ୍କୁ ଏକ ବିଜ୍ଞାପନ ଭଲ ଅର୍ଥର ଅଫର ଆସିଥିଲା । ମାତ୍ର ସେ ଏହାକୁ ମନା କରିଦେଇଥିଲେ । କଣ ପାଇଁ ମନା କରିବା ନେଇ ଆଲୋଚନା ପରେ ଜଣାପଡିଥିଲା ଯେ, ଏକ ପାନ ମସଲା କମ୍ପାନୀ ତାଙ୍କୁ ୯ କୋଟି ଟଙ୍କାରେ ବିଜ୍ଞାପନରେ ସାଇନ କରିବାକୁ ଚାହୁଁଥିଲା । ମାତ୍ର ସେ ମନା କରି ପ୍ରଶଂସକଙ୍କ ପାଖରେ ଆହୁରି ଲୋକପ୍ରିୟ ହୋଇପାରିଛନ୍ତି । ପୂର୍ବରୁ ଶାହାରୁଖ ଖାଁଙ୍କ ପରି ଅଭିନେତା ପାନ ମସଲା ବିଜ୍ଞାପନ କରି ସମାଲୋଚିତ ହୋଇ ଆସିଛନ୍ତି ।

ପ୍ରଶଂସକଙ୍କୁ ଖରାପ ରାସ୍ତା ଦେଖାଉଥିବା ବିଜ୍ଞାପନରେ ଅଂଶଗ୍ରହଣ କରିବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ପ୍ରଶଂସକମାନେ କହିଛନ୍ତି ଗୋଟିଏ ପଟେ ମୋଟ ଅଙ୍କର ଅର୍ଥ ପାଇଁ ବଡ ବଡ ଷ୍ଟାର ଏ ଭଳି ବିଜ୍ଞାପନ କରୁଥିବା ବେଳେ କାର୍ତିକ ଏହାଠାରୁ ଦୂରେଇ ନିଜକୁ ଅଲଗା ବୋଲି ପ୍ରମାଣିତ କରିପାରିଛନ୍ତି ।

Comments are closed.