Latest Odisha News

ବ୍ୟାଗ ଭିତରେ ଆଠ ମାସ ଶିଶୁର ମୃତ ଦେହ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ଖଣ୍ଡଗିରି ଛକ ନିକଟରେ ଜଣେ ବ୍ୟକ୍ତି ଏକ ବ୍ୟାଗରେ ଜଣେ ଆଠ ମାସର ଶିଶୁ କନ୍ୟାର ମୃତଦେହ ନେଉଥିବାର ଦେଖିବାକୁ ମିଳିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ଜଣକ ସହରର ବାହାରେ ଥିବା ଆଇଗିଣିଆର ବାସିନ୍ଦା ସନ୍ତୋଷ ସାହୁ ବୋଲି ଜଣାପଡିଛି। ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ଥିଲେ।

ସ୍ଥାନୀୟ ବାସିନ୍ଦା ଏହି ବ୍ୟାଗକୁ ଦେଖିବା ପରେ କିଛି ଅଘଟଣ ଘଟିଥିବା ସୂଚନା ପାଇଥିଲେ। ପରେ ବ୍ୟାଗ୍ ଯାଞ୍ଚ କରିଥିଲେ। ଏହାପରେ ସେମାନେ ମୃତ ଶିଶୁଟିକୁ ପାଇଥିଲେ। ପରେ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା।ପୋଲିସ ଷ୍ଟେସନରେ ସେ ଶିଶୁର ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ଶବ ସତ୍କାର କରାଯାଇଥିବା ସୂଚନା ରହିଛି।

ମୃତ ଶିଶୁଟି ସନ୍ତୋଷର ବୋଲି ଜଣାପଡିଛି। ହେଲେ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.