ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖର ଅନ୍ୟମାନଙ୍କଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଥିବା କଥା ଜ୍ୟାକଲିନ ଜାଣିଥିବା ଇଡି ପକ୍ଷରୁ କୁହାଯାଇଛି । ସେ ୧୦ କୋଟି ଟଙ୍କାର ମହଙ୍ଗା ଉପହାର ସୁକେଶଠାରୁ ନେଇଛନ୍ତି । ସେହିପରି ୭କୋଟି ୧୨ ଲକ୍ଷ ଟଙ୍କାର ଏଫଡିକୁ ଇଡି ଆଟାଚ କରିଛି । ପୂର୍ବରୁ ପିଙ୍କି ଇରାନୀ ବିପକ୍ଷରେ ଚାର୍ଜଶିଟ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ପିଙ୍କି ଠକ ସୁକେଶ ସହିତ ଜ୍ୟାକଲିନଙ୍କୁ ପରିଚିତ କରାଇଥିଲା । ସୁକେଶ ଅନ୍ୟ କେତେକ ମଡେଲ ଓ ଅଭିନେତ୍ରୀଙ୍କ ପିଛା ୨୦କୋଟି ଟଙ୍କା ଖର୍ଚ୍ଚ କରିଛି ।
BREAKING NEWS
- କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଅଭିଯୋଗ: ଘଟଣାର ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି
- କଟକ ଭୁବନେଶ୍ୱର ରାସ୍ତାରେ ଉତ୍ତେଜନା: ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ
- ବାରଙ୍ଗ ହାଜତ ନିର୍ଯାତନା ମାମଲାରେ ନୂଆ ମୋଡ଼: ଯୁବକ ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସର ଦାବି
- ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ସରକାରଙ୍କ କଡ଼ା ଆଭିମୁଖ୍ୟ: ସମସ୍ତ ବିଭାଗକୁ ମିଳିଲା ୧୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଓ ଏନଏଚଆରସି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ତଦନ୍ତର ଅଗ୍ରଗତି ନେଇ ହେଲା ସମୀକ୍ଷା
- ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ
- ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ
- ବାସନ୍ଦ ହେଲେ ଆରସିବିର ଟିମ ଡେଭିଡ
- କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଶାଶୁବୋହୂମାଳୀ ବକ୍ସାଇଟ୍ OMCକୁ ଦେବା ପାଇଁ ସହଯୋଗ ଲୋଡିଲେ
- ଆଇପିଏଲ ୨୦୨୬ ଶ୍ରେଷ୍ଠ ଏକାଦଶରେ କୋହଲି, ସ୍ଥାନ ପାଇଲେନି ଏହି ଖେଳାଳି
Comments are closed.