ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖର ଅନ୍ୟମାନଙ୍କଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଥିବା କଥା ଜ୍ୟାକଲିନ ଜାଣିଥିବା ଇଡି ପକ୍ଷରୁ କୁହାଯାଇଛି । ସେ ୧୦ କୋଟି ଟଙ୍କାର ମହଙ୍ଗା ଉପହାର ସୁକେଶଠାରୁ ନେଇଛନ୍ତି । ସେହିପରି ୭କୋଟି ୧୨ ଲକ୍ଷ ଟଙ୍କାର ଏଫଡିକୁ ଇଡି ଆଟାଚ କରିଛି । ପୂର୍ବରୁ ପିଙ୍କି ଇରାନୀ ବିପକ୍ଷରେ ଚାର୍ଜଶିଟ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ପିଙ୍କି ଠକ ସୁକେଶ ସହିତ ଜ୍ୟାକଲିନଙ୍କୁ ପରିଚିତ କରାଇଥିଲା । ସୁକେଶ ଅନ୍ୟ କେତେକ ମଡେଲ ଓ ଅଭିନେତ୍ରୀଙ୍କ ପିଛା ୨୦କୋଟି ଟଙ୍କା ଖର୍ଚ୍ଚ କରିଛି ।
BREAKING NEWS
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
Comments are closed.