Latest Odisha News

ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଶିଶୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ମହାଭାରତ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପାଞ୍ଚ ଜଣ ଶିଶୁ ଆହତ ହୋଇଛନ୍ତି।

ସମସ୍ତ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ନୂଆପେଣ୍ଠ ବିଦ୍ୟାଳୟ ନିକଟରେ ଗଣେଶ ପୂଜା ପାଇଁ ଗତ ରାତିରୁ ମହାଭାରତ ନାଟକ ପରିବେଷଣ ହେଉଥିଲା।

ଏହି ସମୟରେ ଯାତ୍ରା ପଣ୍ଡାଲ ଉପର ଦେଇ ଯାଇଥିବା ଏକ ବିଦ୍ୟୁତ ତାର କୌଣସି କାରଣରୁ ଛିଣ୍ଡି ପଣ୍ଡାଲର ଲୁହା ଗ୍ରୀଲ ଉପରେ ପଡ଼ି ଯାଇଥିଲା। ତଳେ ନାଟ ଦେଖୁଥିବା ଜଣେ ପିଲା ଏହି ଲୁହା ଗ୍ରିଲକୁ ଲାଗି ଯିବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ଏହାପରେ ଅନ୍ୟ ପିଲାମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।ତେବେ ପ୍ରାଥମିକ ଚିକିତ୍ସାପରେ ସବୁ ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.