Latest Odisha News

BREAKING NEWS

ଆଣ୍ଡାମାନ ଓ ନିକୋବରରେ ଲଗାତାର ଭୂକମ୍ପ

ଭୁବନେଶ୍ୱର: ଶନିବାର ସକାଳେ  ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ରିକ୍ଟର ସ୍କେଲରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା।

ଗତ କାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୪ ମ୍ୟାଗ୍ନିଚ୍ୟୁଡ ଥିବା ରିକ୍ଟର ସ୍କେଲରେ ମପାଯାଇଛି ବୋଲି ଜଣାପଡ଼ିଛି ।

ଏନସିଏସ୍ ରିପୋର୍ଟ ଅନୁଯାୟୀ ପୋର୍ଟ ବ୍ଲେୟାରର ୧୦୬ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ ସକାଳ ୬:୫୯:୫୮ ସମୟରେ ଏହି ଭୂକମ୍ପ ଘଟିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଭୂକମ୍ପର ଗଭୀରତା ୭୦ କିଲୋମିଟର ଥିଲା।

ଏହା ପୂର୍ବରୁ ୨ ସେପ୍ଟେମ୍ବରରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଡିଜିଲିପୁରର ଉତ୍ତର-ଉତ୍ତର-ପୂର୍ବରେ ରିକ୍ଟର ସ୍କେଲରେ ୪.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.