Latest Odisha News

ପ୍ରକାଶ ପାଇଲା NEET(UG) ଫଳାଫଳ, ରାଜସ୍ଥାନର ତନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET(UG)2022 ର ଫଳାଫଳ । ଅଲ୍ ଇଣ୍ଡିଆ ରାଙ୍କ୍‌ରେ ସ୍ଥାନ ପାଇଛନ୍ତି ରାଜସ୍ଥାନର ତନିଷ୍କା । ଜାତୀୟ ପରୀକ୍ଷା ଏଜେନ୍ସି NTA ସେପ୍ଟେମ୍ବର 7, ବୁଧବାର ରାତି ନିଜ ଅଫିସିଆଲ ସାଇଟରେ ପରୀକ୍ଷା ଫଳ ପ୍ରକାଶ କରିଛି ।

ଚଳିତ ବର୍ଷ ଜୁଲାଇ 17 ତାରିଖରୁ ନିଟ୍ ପରୀକ୍ଷା ଆରମ୍ଭ ହୋଇଥିଲା । 18 ଲକ୍ଷରୁ ଅଧିକ ପ୍ରାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । NTA ଅଫିସିଆଲ୍ ସାଇଟ୍ neet.nta.nic.in ଏବଂ ntaresults.nic.in ରେ NEET ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ନିଜ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ସହିତ ଲଗଇନ୍ କରି ସେମାନଙ୍କ ଫଳାଫଳ ଯାଞ୍ଚ କରିପାରିବେ ।

ଏଥିପୂର୍ବରୁ NTA NEET ପରୀକ୍ଷାର ପ୍ରୋଭିଜିନାଲ ଆନ୍ସର କି ପ୍ରକାଶ କରି ଛାତ୍ରଛାତ୍ରୀଙ୍କଠାରୁ ମତାମତ ଲୋଡିଥିଲା । ଏହି ପରୀକ୍ଷାର ଅନ୍ତିମ ଆନ୍ସର କି ଫଳାଫଳ ମଧ୍ୟ ପ୍ରକାଶ ପାଇଛି । NEET ଫଳାଫଳ ସହ ଅଲ ଇଣ୍ଡିଆ ଟପ୍ପର ଓ କଟ୍ ଅଫ୍ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କର ନାମ ମଧ୍ୟ ପ୍ରକାଶ ପାଇଛି । ଏହି ନିଟ୍ ସ୍କୋର ବ୍ୟବହାର କରି ପ୍ରାର୍ଥୀମାନେ ଏମବିବିଏସ୍, ଡେଣ୍ଟାଲ, ଆୟୁର୍ବେଦ, ପ୍ରାଣୀ ଚିକିତ୍ସା, ନିର୍ସିଂ ପାଠ୍ୟକ୍ରମ ଆଦି ପାଇଁ ଆବେଦନ କରିପାରିବେ ।

Comments are closed.