Latest Odisha News

ଦଳିତଙ୍କୁ ମିଳିଲାନି ଶବଦାହ ଗୃହ, ଖୋଲାରେ ହେଲା ସତ୍କାର

ବ୍ରହ୍ମପୁର:ଦଳିତ ବୋଲି ମିଳିଲାନି ଗାଁ ଶ୍ମଶାନରେ ଜାଗା। ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ସୁବଳିଆ ଗ୍ରାମରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ହରିଜନ ସାହିର ଜଣେ ବ୍ୟକ୍ତିଙ୍କ ରବିବାର ମୃତ୍ୟୁ ହୋଇଥିଲା । ଗାଁ ଶ୍ମଶାନକୁ ଶବ ସତ୍କାର ପାଇଁ ନିଆ ଯାଇଥିଲା। ଶ୍ମଶାନରେ ଗୋଟିଏ ଶବ ସତ୍କାର ଗୃହ ରହିଛି । ଉକ୍ତ ଗୃହ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ନିର୍ମାଣ ହୋଇଛି ବୋଲି ଦର୍ଶାଇ କେତେକ ଗ୍ରାମବାସୀ ଶବ ସତ୍କାରକୁ ବିରୋଧ କରିଥିଲେ । ଫଳରେ ବର୍ଷା ସତ୍ତ୍ୱେ ଗୃହ ବାହାରେ ଖୋଲାପଡ଼ିଆରେ ଶବ ସତ୍କାର କରାଯାଇଥିଲା। ତେବେ ଦଳିତମାନେ ଅନେକ ଦିନ ହେଲା ଭିନ୍ନ ଶବ ସତ୍କାର ଗୃହ ନିର୍ମାଣ ପାଇଁ ବହୁ ଦାବି କରିଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଫଳରେ ଦଳିତଙ୍କ ଶବ ସତ୍କାରରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶବ ସତ୍କାର ଗୃହ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି।

Comments are closed.