ବ୍ରହ୍ମପୁର:ଦଳିତ ବୋଲି ମିଳିଲାନି ଗାଁ ଶ୍ମଶାନରେ ଜାଗା। ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ସୁବଳିଆ ଗ୍ରାମରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ହରିଜନ ସାହିର ଜଣେ ବ୍ୟକ୍ତିଙ୍କ ରବିବାର ମୃତ୍ୟୁ ହୋଇଥିଲା । ଗାଁ ଶ୍ମଶାନକୁ ଶବ ସତ୍କାର ପାଇଁ ନିଆ ଯାଇଥିଲା। ଶ୍ମଶାନରେ ଗୋଟିଏ ଶବ ସତ୍କାର ଗୃହ ରହିଛି । ଉକ୍ତ ଗୃହ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ନିର୍ମାଣ ହୋଇଛି ବୋଲି ଦର୍ଶାଇ କେତେକ ଗ୍ରାମବାସୀ ଶବ ସତ୍କାରକୁ ବିରୋଧ କରିଥିଲେ । ଫଳରେ ବର୍ଷା ସତ୍ତ୍ୱେ ଗୃହ ବାହାରେ ଖୋଲାପଡ଼ିଆରେ ଶବ ସତ୍କାର କରାଯାଇଥିଲା। ତେବେ ଦଳିତମାନେ ଅନେକ ଦିନ ହେଲା ଭିନ୍ନ ଶବ ସତ୍କାର ଗୃହ ନିର୍ମାଣ ପାଇଁ ବହୁ ଦାବି କରିଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଫଳରେ ଦଳିତଙ୍କ ଶବ ସତ୍କାରରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶବ ସତ୍କାର ଗୃହ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି।
BREAKING NEWS
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ

Comments are closed.