Latest Odisha News

BREAKING NEWS

ବରଗଡରେ ମାତିଛନ୍ତି କଫ୍ ସିରପ ମାଫିଆ

ବରଗଡ: ବରଗଡରେ ମାତିଛନ୍ତି  କଫ୍ ସିରପ ମାଫିଆ । ସହରରେ ଦିନ କୁ ଦିନ କଫ ସିରପ ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ତେଣୁ ଏମାନଙ୍କୁ କାବୁ କରିବା ପାଇଁ  ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ  ।

ତେବେ ଆଜି କୌଣସି ନିର୍ଦ୍ଦିଷ୍ଟ ସୁତ୍ରରୁ ଖବର ପାଇ ବରଗଡ ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରିକ୍ଷକ ଗୁପ୍ତେଶ୍ବର ପ୍ରଧାନଙ୍କ ତତ୍ବାବଧାନରେ ବରଗଡ଼ ସହରର ବିଜେ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିଲା  ।

ଏହି ଚଢାଉ ବେଳେ ଅବକାରୀ ବିଭାଗ କଫ ସିରପ ମାଫିଆ ବିଜେ ସାହୁଙ୍କ ଠାରୁ ୩୨୫ ବୋତଲ  କଫ ସିରପ , ଏକ ମୋବାଇଲ ଫୋନ ଏବଂ ଆଠ ହଜାର ଏକ ଶହ ନଗଦ ଟଙ୍କା ଜବତ କରିବାସହ ଅଭିଯୁକ୍ତକୁ ଗିରଫ କରିଥିଲା  ବରଗଡ଼ ଅବକାରୀ ବିଭାଗ  । ଅବକାରୀ ବିଭାଗ ଅଧିକ୍ଷକ ସୁବନ ନାୟକ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  ।

Leave A Reply

Your email address will not be published.