ମାଲକାନଗିରି: ଗତ ୨୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ଏହି ସମୟରେ ମାଲକାନଗିରିର ତିନି ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା ଏବଂ ପ୍ରଶ୍ନପତ୍ର ବହୁପୂର୍ବରୁ ବାହାରକୁ ପଳାଇ ଆସିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।
ପରୀକ୍ଷା ସମୟରେ କପି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ଜିଲ୍ଲା ଶିକ୍ଷା ବିଭାଗ ସଂପୃକ୍ତ ପରୀକ୍ଷାକୁ ବାତିଲ କରିଛନ୍ତି। ତେଣୁ ଯେଉଁମାନେ ଏହି ପରୀକ୍ଷାରେ ପାସ କରିଥିବେ ସେମାନେ ପୁଣିଥରେ ଓଟିଇଟି ପରୀକ୍ଷାର ସାମ୍ନା କରିବେ। ତେବେ ନୂଆ ତାରିଖ ବାବଦରେ କୌଣସି ନିଷ୍ପତ୍ତି ହୋଇନି। ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି।
ନୂଆ ପରୀକ୍ଷା ତାରିଖ ଘୋଷଣାର ସାତ ଦିନ ପୂର୍ବରୁ ପରୀକ୍ଷାର୍ଥୀ ୱେବ ସାଇଟରୁ ନିଜର ଆଡମିଟ୍ କାର୍ଡ ପାଇପାରିବେ ବୋଲି କୁହାଯାଇଛି।
ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟ, ସରକାରୀ ଉଚ୍ଚ ବିଦ୍ଯାଳୟ ମାଲକାନଗିରି, ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରେ କପି ହୋଇଥିବା ନେଇ ସୂଚନା ରହିଛି । ଏହି ତିନୋଟି ପରୀକ୍ଷା କେନ୍ଦ୍ରରେ ୮୭୭ ଜଣ ପରୀକ୍ଷା ଦେଇଥିଲେ। ଯେଉଁମାନେ ପ୍ରଶ୍ନର ଉତ୍ତର ଫର୍ଦ୍ଦ ପାଇବା ପାଇଁ ଆବଶ୍ଯକ କରୁଥିଲେ ସେମାନେ ୫ ହଜାର ଟଙ୍କାରେ ପ୍ରଶ୍ନ ପତ୍ର କିଣିଥିବା ଅଭିଯୋଗ ରହିଛି।
ଓଟିଇଟି ପରୀକ୍ଷା ଲାଗି ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନ ପତ୍ରଗୁଡିକ ଗତ ୨୭ ତାରିଖ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରେ ରଖିଥିବା ବେଳେ ୨୯ ତାରଖ ଦିନ ୩ଟି ପରୀକ୍ଷା କେନ୍ଦ୍ରକୁ ସକାଳ ୮.୦୦ ଘଟିକା ପୂର୍ବରୁ ନିଆ ଯାଇଥିଲା । ସେହି ଦିନ ସକାଳେ ପରୀକ୍ଷା ଦେବା ସମୟରେ ପ୍ରଶ୍ନ ପତ୍ର ବାହାରେ ପ୍ରଘଟ ହୋଇଯାଇଥିଲା ।
Comments are closed.