ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍ଘାଟନ କରିଛନ୍ତି। ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ୨୬ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ। ଏହି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରରେ ବିକ୍ରି ପାଇଁ ଓରମାସ୍, ଏମ୍କେସିଜି ମେଡିକାଲ୍ କଲେଜ, ସିଟି ହସ୍ପିଟାଲ ସହିତ ବିଭିନ୍ନ ମଲ ସହିତ ଯୋଗାଯୋଗ ଚାଲିଛି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମହିଳାମାନେ ଆର୍ଥୀକ ଭାବେ ସ୍ବାବଲମ୍ବୀ ହୋଇପାରିବେ ବୋଲି କର୍ପୋରେଟର ଧିରେଶ ସାବତ କହିଛନ୍ତି। ଅଧିକରୁ ଅଧିକ ସହରବାସୀ ଏହି ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଘର ପୋଛା କିଣିବା ସହ ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ କର୍ପୋରେଟର ସାବତ ଆହ୍ବାନ ଜଣାଇଛନ୍ତି। ଅନ୍ୟପଟେ ଏହି ପଦକ୍ଷେପକୁ ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ନିଆଯାଉଥିବା ଅଭିନବ ପଦକ୍ଷେପଗୁଡ଼ିକ ଭିତରେ ଏହା ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଥାନ୍ତି ବୋଲି ବିଧାୟକ ପଣ୍ଡା କହିଛନ୍ତି।
BREAKING NEWS
- EAM Jaishankar to meet Lavrov in Moscow:ଜୟଶଙ୍କରଙ୍କ ୨ଦିନିଆ ମସ୍କୋ ଗସ୍ତ;ପ୍ରତିପକ୍ଷ ଲାଭରୋଭଙ୍କୁ ଭେଟିବେ;ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା…
- ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ, ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଦୋଷୀ ସାବ୍ୟସ୍ତ
- ମହଙ୍ଗା ଚିନିକୁ କୁହନ୍ତୁ ‘ନା’, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ୩ଟି ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ
- ଆକାଶରେ ଉଡ଼ୁଥିବା ବେଳେ ବଢ଼ୁଛି କର୍କଟ ରୋଗର ଆଶଙ୍କା, ପାଇଲଟ୍ମାନଙ୍କୁ ସର୍ବାଧିକ ବିପଦ!
- ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପ୍ରସଙ୍ଗ: ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲଙ୍କ ବଡ଼ ବୟାନ
- ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: MMDR ବିଲ୍ ଉପରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସର ଦାବି
- Pahalgam Terror Attack: ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦକୁ ସମନ କରିବ NIA
- ପଶ୍ଚିମବଙ୍ଗରେ TMC ବିଭାଜନ ପରେ ନୂଆ ସଙ୍କଟ, ବହୁଜନ NCPI ଉପରେ ବିଦ୍ରୋହୀ ସାଂସଦଙ୍କ ନଜର
- ରକ୍ତ ପରୀକ୍ଷା ପାଇଁ ଆଉ ଘଣ୍ଟାଘଣ୍ଟା ଠିଆ ହେବେ ନାହିଁ ରୋଗୀ; କରାଯିବ ଟୋକୋନ୍ ବ୍ୟବସ୍ଥା
- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ

Comments are closed.