Latest Odisha News

BREAKING NEWS

ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ମାତ୍ର ୪୧ ବଲ୍‌ରୁ ୧୦ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୯୧ ରନ୍‌ର ଏକ ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି । ତାଙ୍କର ଏହି ଦମଦାର୍ ପ୍ରଦର୍ଶନ ବଳରେ ଭାରତୀୟ ଦଳ ୨୧୬/୭ ରନ୍‌ର ବିଶ୍ୱାସଜନକ ସ୍କୋର୍ ଠିଆ କରିବାରେ ସଫଳ ହୋଇଥିଲା । କିଛି ଦିନ ପୂର୍ବରୁ ସେ ସମସ୍ତ ଫର୍ମାଟ୍‌ର ଅଧିନାୟକତ୍ୱରୁ ଓହରି ଯାଇଥିଲେ । ଅଧିନାୟକ ପଦ ଛାଡ଼ିବା ପରେ ଏହା ଥିଲା ତାଙ୍କର ପ୍ରଥମ ପ୍ରମୁଖ ସାକ୍ଷାତକାର ।

ମ୍ୟାଚ୍ ପରବର୍ତ୍ତୀ ମିଡିଆ ଆଲୋଚନା ସମୟରେ ନିଜର ଦେଶ ଓ କ୍ରିକେଟ୍ ପ୍ରତି ଥିବା ସମର୍ପଣ ଏବଂ ଅଧିନାୟକ ଭାବେ କାଟିଥିବା ଦୀର୍ଘ ଦିନର ସ୍ମୃତି ମନେ ପକାଇ ସେ ଅତ୍ୟନ୍ତ ଭାବୁକ ହୋଇପଡ଼ିଥିଲେ । କଥା କହୁ କହୁ ତାଙ୍କ ଆଖିରୁ ଲୁହ ଝରିଆସିଥିଲା, ଯାହା ଦର୍ଶାଉଛି ଯେ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ତାଙ୍କ ପାଇଁ କେତେ ଭାବପ୍ରବଣ ଥିଲା । ସାକ୍ଷାତକାର ଶେଷ ହେବା ମାତ୍ରେ ସେ ନିଜର ଭାବନାକୁ ଲୁଚାଇ ସମ୍ପୂର୍ଣ୍ଣ ଶାନ୍ତ ମୁଦ୍ରାରେ ମାଇକଟିକୁ ଅନ୍ୟ କାହା ହାତରେ ଟେକିଦେଇ ପାଭିଲିୟନକୁ ଫେରିଯାଇଥିଲେ । ତାଙ୍କର ଏହି ଭାବୁକ କ୍ଷଣ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ମଧ୍ୟ ଭାବବିହ୍ୱଳ କରିଦେଇଛି ।

Leave A Reply

Your email address will not be published.