ପୁରୀ: ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲିରେ ରାଜୁ ଶ୍ରୀବାସ୍ତବଙ୍କର ବାଲୁକା କଳା ନିର୍ମାଣ କରି ତାଙ୍କୁ ମନେ ପକାଇଛନ୍ତି । ଏହି ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୦ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।
My heartfelt tribute to #RajuSrivastav through my #SandArt at Puri beach #rajusrivastava #rajushrivastav #RajuSrivastavaRIP #RajuSrivastavaPassedAway #RajuSrivastavaDeath pic.twitter.com/EwAOv92dVq
— Manas sahoo (@SandArtistManas) September 21, 2022
ଅନ୍ୟମାନଙ୍କୁ ହସାଉଥିବା ଅଭିନେତା ଆଜି ବିଦାୟ ନେଇଛନ୍ତି । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ ପାଇଛି । ସମସ୍ତଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ସାରା ଭାରତବାସୀ ଦୁଃଖିତ ହୋଇଛନ୍ତି ।
Comments are closed.