Latest Odisha News

BREAKING NEWS

ନାମାଙ୍କନ ଦାଖଲ ପୂର୍ବରୁ ରାହୁଲଙ୍କୁ ଭେଟିଲେ ଗେହଲୋଟ

କୋଚି: କଂଗ୍ରେସ ସଭାପତି ପଦ ପାଇଁ ସେପ୍ଟେମ୍ବର 24ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ସଂଧ୍ୟାରେ ସାକ୍ଷାତ କରିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ରାହୁଲ ଗାନ୍ଧୀଙ୍କ ସହ ଗେହଲୋଟ କଣ କଥା ହୋଇଛନ୍ତି ତାହା ଜଣାପଡିନଥିବା ବେଳେ ସଭାପତି ନିର୍ବାଚନ ନେଇ କଥା ହୋଇଥିବା ଚର୍ଚା ହେଉଛି । ଦୁଇ ଘଣ୍ଟା ଧରି ଗେହଲୋଟ ବନ୍ଦ ଘରେ ରାହୁଲଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ନାମାଙ୍କନ ପତ୍ର ଦାଖଲ ପାଇଁ ମଝିରେ ଆଉ ଗୋଟିଏ ଦିନ ଥିବାରୁ ଆଜି ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧୀ । ତା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହ ଭେଟି ଆଲୋଚନା କରିଛନ୍ତି ଗେହଲୋଟ ।

ପୂର୍ବରୁ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ କହିଥିଲେ  କଂଗ୍ରେସରେ ଏବେ ଗୋଟିଏ ଲୋକ ପାଇଁ ଗୋଟିଏ ପଦ । ସେପଟେ ମୁଖ୍ୟମନ୍ତ୍ରୀ ସହ ସଭାପତି ପଦ ପାଇଁ ଗେହଲୋଟ ଚାହୁଁଥିବା ବେଳେ ଏହାକୁ କିନ୍ତୁ ରାହୁଲ  ରୋକଠୋକ ମନା କରିଦେଇଛନ୍ତି । ସଭାପତି ପଦ ପାଇଁ ନେହରୁ- ଗାନ୍ଧୀ ପରିବାରର ଅତି ବିଶ୍ବସ୍ଥ ଥିବା ଅଶୋକ ଗେହଲୋଟ ପ୍ରଥମ ପସନ୍ଦ ଅଛନ୍ତି । ତେବେ ବିଶେଷ ସୂତ୍ର ଅନୁସାରେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ପଦ ସଚିନ ପାଇଲଟଙ୍କୁ ଦେବାକୁ ଚାହୁଁନାହାଁନ୍ତି ଅଶୋକ ଗେହଲୋଟ ।

ଏହାର କାରଣ ହେଉଛି ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ 2020 ଠାରୁ ସଂପର୍କ ଭଲ ନାହିଁ । ଗେହଲୋଟଙ୍କ ସରକାରକୁ ଅସ୍ଥିର କରିଥିବାରୁ ଗେହଲୋଟ ସଚିନଙ୍କୁ ବିଶ୍ବାସ କରିପାରୁନାହାଁନ୍ତି ।  ସଚିନ ପାଇଲଟ ରାଜସ୍ତାନର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ଚାହୁଁନାହାଁନ୍ତି ଅଶୋକ ଗେହଲୋଟ । ଅଶୋକ ଗେହଲୋଟ ଚାହୁଁଛନ୍ତି ସିପି ଯୋଶୀଙ୍କୁ ରାଜସ୍ତାନର ମୁଖ୍ୟମନ୍ତ୍ରୀ କରାଯାଉ । ତେବେ ରାଜସ୍ତାନର  ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତ୍ତି ଆସନ୍ତାକାଲି ଦିଲ୍ଲୀରେ ରାହୁଲ ଗାନ୍ଧୀ ନେବେ ବୋଲି ଚର୍ଚା ହେଉଛି । ରାହୁଲ ନିଜ ଦଳର ବରିଷ୍ଠ ନେତାଙ୍କ ସହ ଆସନ୍ତାକାଲି ଏବଂ ପରଦିନ ଆଲୋଚନା କରିବେ । ତାପରେ ସେ ନିଷ୍ପତ୍ତି ନେବେ ।

ଏସବୁ ବିଷୟରେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଅଶୋକ ଗେହଲୋଟ ଯାଇଥିବା ଚର୍ଚା ହେଉଛି । ରାହୁଲ ଏବେ ଭାରତ ଯୋଡୋ ଯାତ୍ରାରେ ଅଛନ୍ତି । ଏହି ସମୟରେ ଅଶୋକ ଗେହଲୋଟ  ରାହୁଲଙ୍କୁ ମନାଇବା ପାଇଁ  ଯାଇଥିବା କୁହାଯାଉଛି । ତେବେ ଏନେଇ ଗୋଟିଏ ଦିନ ପରେ ସବୁ ସ୍ପଷ୍ଟ ହୋଇଯିବ  ।

Leave A Reply

Your email address will not be published.