Latest Odisha News

BREAKING NEWS

ରୋହିତଙ୍କ ଛକା କଲା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ କଙ୍ଗାରୁ ଦଳ ବିପକ୍ଷରେ ଦ୍ୱିତୀୟ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ରୋହିତ ଶର୍ମା ଏକ ଛକା ମାରିଥିଲେ। ଯାହା ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ରୋହିତ ଶର୍ମା ଜୋସ୍ ହାଜଲେଉଡଙ୍କ ବଲରୁ ଏହି ଛକା ମାରି ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ କରିଥିଲେ।ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲଙ୍କ ନାମରେ ରେକର୍ଡ ରହିଥିଲା। କିନ୍ତୁ ରୋହିତ ଶର୍ମା ଏବେ ଏହି ରେକର୍ଡ ଭାଙ୍ଗି ଏକ ନମ୍ବରରେ ପହଞ୍ଚିଛନ୍ତି। ମାର୍ଟିନ ଗୁପଟିଲ ଏପର୍ଯ୍ୟନ୍ତ ୧୨୧ ମ୍ୟାଚରେ ୧୭୨ ଛକା ମାରିଥିବା ବେଳେ ରୋହିତ ଶର୍ମା ଏପର୍ଯ୍ୟନ୍ତ ୧୩୮ ମ୍ୟାଚରେ ୧୭୬ ଛକା ମାରିଛନ୍ତି।

ଭାରତ ବିପକ୍ଷ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୮ ଓଭରରେ ୫ ୱିକେଟ୍ ପାଇଁ ୯୦ ରନ୍ କରିଥିଲା। ଏହାର ଜବାବରେ ଭାରତ ୭.୨ ଓଭରରେ ୯୨ କରି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ରୋହିତ ଶର୍ମା ଏକ ୨୦ ଟି ବଲରେ ୪୬ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୪ ଛକା ଏବଂ ୪ ଛକା ରହିଥିଲା। ଏବଂ ରୋହିତଙ୍କ  ଷ୍ଟ୍ରାଇକ୍ ରେଟ୍ ୨୩୦.୦୦ ଥିଲା। ଏହି ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଦୁଇଟି ବଲରେ ଚାରି ଓ ଗୋଟିଏ ଛକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ ଏବଂ ୧୧ ରନ୍ କରି ଆଉଟ୍ ହୋଇଥିଲେ।

Comments are closed.