Latest Odisha News

BREAKING NEWS

ବିଜେଡି ନେତାଙ୍କ ମୃତ ଦେହ ଉଦ୍ଧାର, ଲେଖିଥିଲେ ସାର୍ବଜନୀନ କରିବେ ଭିଡିଓ

ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ ଫେସବୁକରେ ଲେଖିଥିଲେ ଦୁଇଟି ଭିଡିଓ ରଖିଛନ୍ତି। ଆଉ ଏବେ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେଣୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର ହେବାର ୪ ଘଣ୍ଚା ପୂର୍ବରୁ ତାଙ୍କ ଫେସବୁକରେ ଲେଖିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି। ଆଉ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛର କାରଣ ଏହି ଫେସବୁକ ପୋଷ୍ଟ ବୋଲି ସନ୍ଦେହ କରାଯାଉଛି। କାରଣ ସେ ରଖିଥିବା ଦୁଇଟି ଭିଡିଓକୁ ସାର୍ବଜନୀନ କରିବେ ବୋଲି ଧମକ ଦେଇଥିଲେ। ହେଲେ କାହାର ଭିଡିଓ ଧର୍ମେନ୍ଦ୍ର ରଖିଥିଲେ ଆଉ ସେହି ଭିଡିଓ କଣ? ତାହା ଏବେ ତଦନ୍ତ ସାପେକ୍ଷ।

ଉଲ୍ଲେଖଯୋଗ୍ୟ, ନିକଟରେ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ପଡିଥିଲେ। ହେଲେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେବାପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ସେତେବେଳେ କିନ୍ତୁ ପାରିବାରିକ କଳହ ପାଇଁ ଆତ୍ମହତ୍ୟା ଉଦ୍ଯମ କରିଥିଲେ ବୋଲି ଜଣାପଡିଛି।

ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ବେଳେ ଘରେ ପରିବାର ଲୋକେ ଥିଲେ କି ନାହିଁ ବା ଆଉ କିଏ ଥିଲେ, ରାତିରେ ସେ କଣ ଖାଇ ଶୋଇଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ।

Leave A Reply

Your email address will not be published.