Latest Odisha News

ରୁଷିଆ ବାଦୁଡିଙ୍କ ନିକଟରୁ ମିଳିଲା ଖୋସ୍ତା ୨ ଭାଇରସ, ବୈଜ୍ଞାନିକମାନେ ଚିନ୍ତାରେ

ମସ୍କୋ: କରୋନା ମହାମାରୀ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ରୁଷିଆରେ ବାଦୁଡିମାନଙ୍କ ନିକଟରୁ ଏକ ନୂତନ ପ୍ରକାର ଭାଇରସ ମିଳିଛି । ଏହାର ନାମ ଖୋସ୍ତା ୨ ଭାଇରସ । ଏହା ମଣିଷକୁ ସଂକ୍ରମିତ କରିବା ଆଶଙ୍କା ରହିଛି । ବର୍ତମାନ ଯେତିକି କରୋନା ଭ୍ୟାକ୍ସିନ ବାହାରିଛି ଏହାର ମୁକାବିଲା କେହି କରି ପାରୁ ନାହାନ୍ତି । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । ପ୍ଲୋସ ପ୍ୟାଥାଜେନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଭାଇରସକୁ ପ୍ରଥମେ ୨୦୨୦ରେ ଚିହ୍ନଟ କରାଯାଇଥିଲା । ସେ ସମୟରେ ଏହା ମଣିଷ ଶରୀରକୁ ସଂକ୍ରମିତ କରିପାରିବ ନାହିଁ ବୋଲି ଆଶା କରାଯାଇଥିଲା । ଏବେ ନୂତନ ଗବେଷଣାରେ ଭ୍ୟାକ୍ସିନ ନେଇଥିବା ମଣିଷ ଶରୀରରେ ମଧ୍ୟ ଏହା ସଂକ୍ରମିତ କରିବା କ୍ଷମତା ରଖିଛି ବୋଲି ଜଣାପଡିଛି । ବର୍ତମାନ ପର୍ଯ୍ୟନ୍ତ ଅବଶ୍ୟ କୌଣସି ମଣିଷ ଏଥିରେ ସଂକ୍ରମିତ ହୋଇ ନାହାନ୍ତି ।

କରୋନା ମହାମାରୀ ବ୍ୟାପିବାରେ ସାର୍ସ-କୋଭ-୨ ଷ୍ଟ୍ରେନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ଏବେ ଖୋସ୍ତା ୨ ମଧ୍ୟ ସମାନ କ୍ଷମତା ରଖିଛି । ଯଦି ଏହା କରୋନା ଭାଇରସ ସହିତ ମିଶିଯାଏ ତାହାହେଲେ ବଡ ବିପଦ ସୃଷ୍ଟି କରିବ । ଏବେ ଏହା କେବଳ କେତେକ ନିର୍ଦ୍ଦିଷ୍ଟ ଜଙ୍ଗଲୀ ପଶୁ ଏବଂ ପକ୍ଷୀଙ୍କ ଶରୀରେ ଦେଖିବାକୁ ମିଳିଛି । ବୈଜ୍ଞାନିକମାନେ ଏବେଠାରୁ ଏହାକୁ ରୋକିବା ପାଇଁ ଭ୍ୟାକ୍ସିନର ନୂତନ ଫର୍ମୁଲା ଯୋଡିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.