Latest Odisha News

BREAKING NEWS

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା ନିମନ୍ତେ ଏକ କୃଷି ଡ୍ରୋନ ପ୍ରଦାନ କରାଯାଇଛି।

ଏହି କୃଷି ଡ୍ରୋନର ବଜାର ମୂଲ୍ୟ ୫,୧୪,୫୦୦ ଟଙ୍କା ରହିଛି। ଏହାକୁ କୋରାପୁଟ ଜିଲ୍ଲାର ସୁବୋଇ ଠାରେ ନାବାର୍ଡ, ଭୁବନେଶ୍ବର ମୁଖ୍ୟ  ସି ଉଦୟ ଭାସ୍କର ବିଦ୍ଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହାକୁ ପର୍ଯ୍ୟାୟ କ୍ରମେ କୋରାପୁଟ ଜିଲ୍ଲାର ପ୍ରାୟ ସମସ୍ତ ଚାଷୀଙ୍କ ନିକଟରେ ପହଁଞ୍ଚିବା ଲକ୍ଷ୍ୟ ରଖିଛନ୍ତି ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିର କର୍ମକର୍ତ୍ତା।

ଏହି  ଉଦଘାଟନୀ କାର୍ଯ୍ୟକ୍ରମରେ ନାବାର୍ଡ କୋରାପୁଟ ଡି.ଡି.ମ୍ ଏମ.ଏମ.ବେହେରା, ଇଫକୋ କୋରାପୁଟ ସହାୟକ ଉପ ପ୍ରବନ୍ଧକ ବିଶ୍ଵ ରଞ୍ଜନ ଜୟସିଂହ, ନାବାର୍ଡ ମେନେଜର ଶରତ ବାବୁ, ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିର ସିଫ୍ଓ ରାଜେଶ କୁମାର ପତି ଓ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିର ଅନ୍ୟନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.