Latest Odisha News

BREAKING NEWS

ରାଜସ୍ଥାନରେ ହାଇ ପଲଟିକାଲ ଡ୍ରାମା: ଇସ୍ତଫା ଦେଲେ ଗେହଲଟ ଗୋଷ୍ଠୀର ୯୨ ବିଧାୟକ !

ଜୟପୁର: ରାଜସ୍ଥାନ କଂଗ୍ରେସରେ ଆଜି ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିିଳିଛି । ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ସମର୍ଥନ କରି ଆଜି ୯୨ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ଦଳ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗେହଲେଟ ଏଆଇସିସି ସଭାପତି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଏହି ନାଟକ ସୃଷ୍ଟି ହୋଇଛି । ଗେହେଲେଟ କଂଗ୍ରେସ ସଭାପତି ହେଲେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା । ପାଲଇଟଙ୍କ ବିପକ୍ଷରେ କଂଗ୍ରେସ ବିଧାୟକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

୧୦ ବିଧାୟକଙ୍କ ସମର୍ଥନ ଏବଂ ବିଦ୍ରୋହୀ ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁ ନାହୁଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ଏପରିକି ଏ ନେଇ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ଅଛୁ ବୋଲି ବିଧାୟକମାନେ କହିଛନ୍ତି ।

Leave A Reply

Your email address will not be published.