Latest Odisha News

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି । ପ୍ରାରମ୍ଭିକ ତଦନ୍ତରେ ପୋଲିସ ତାଙ୍କ ଉପରକୁ ୬ଟି ଗୁଳି ମାରିଥିବା ଜଣାପଡିଛି । ତେବେ ଆନ୍ଦୋଳନକୁ ଆହୁରି ଉଗ୍ର କରାଇଛି । ଏ ପର୍ଯ୍ୟନ୍ତ ଶତାଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି । ହଦୀସ ହିଜାବ କାଢ଼ି ଫୋପାଡିବା ସହ ସର୍ବ ସମ୍ମୁଖରେ ଚୁଟି କାଟିଥିଲା ।

ସୋସିଆଲ ମିଡିଆରେ ବିରୋଧ ନେଇ ଅନେକ ଭିଡିଓ ଶେୟାର କରାଯାଉଛି । ଇରାନ ସରକାର ଏଥିପାଇଁ ଇଂଟରନେଟ ସେବା ବନ୍ଦ କରିଛି । ଏହା ପୂର୍ବରୁ ସରକାର ଇଂଟରନେଟ ସେବା ବନ୍ଦ କରିବା କିଛି ଦିନ ମଧ୍ୟରେ ୧୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ବର୍ତମାନ ଏହି ଆନ୍ଦୋଳନ ୫୦ ସହରକୁ ବ୍ୟାପି ସାରିଲାଣି । ଇରାନର କଟ୍ଟରପନ୍ଥୀ ସରକାର ସାଧାରଣ ଜନତାଙ୍କ ଦାବୀ ଶୁଣିବା ନେଇ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡିଛି ।

Leave A Reply

Your email address will not be published.