କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ ସୁରକ୍ଷାକର୍ମୀ ଏବଂ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
J-K: 1 Jaish-e-Mohammad terrorist killed during Kulgam encounter
Read @ANI Story | https://t.co/UnZQ2mbGVP#Kashmir #JammuAndKashmir #Encounter #KulgamEncounter #JaisheMohammad #Terrorists pic.twitter.com/CPXeU83ri5
— ANI Digital (@ani_digital) September 26, 2022
ସୁରକ୍ଷାକର୍ମୀମାନେ ଆଖପାଖରେ ଥିବା ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଛନ୍ତି । ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ଏହି ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିଲା । ପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ । ଏହାପରେ ସେହି ଅଂଚଳକୁ ସୁରକ୍ଷାବାହିନୀ ଘେରାଉ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହିଥିଲେ ମଧ୍ୟ ସେମାନେ ଗୁଳିଚାଳନା କରିଥିଲେ ।
J&K | Encounter begins at Batpora area of Kulgam. Police and security forces are carrying out the operation. Details awaited: Kashmir Zone Police
(Visuals deferred by unspecified time) pic.twitter.com/fet3vxh1Gi
— ANI (@ANI) September 26, 2022
ସେପଟେ ଗତକାଲି ରାତିରେ କୁପଓ୍ବାଡା ସୀମାରେ ଦୁଇଜଣ ଆତଙ୍କବାଦୀ ଭାରତ ଭିତରକୁ ପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଏକେ 47 ସହ ଅନେକ ଗୁଳିଗୋଳା ଜବତ କରାଯାଇଛି । ପାକିସ୍ତାନୀ ଟଙ୍କା ସହ ଅନେକ ମାରଣାସ୍ତ୍ର ସେମାନଙ୍କଠାରୁ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
Comments are closed.