Latest Odisha News

BREAKING NEWS

‘ଖୋଲିଦିଅ ରତ୍ନ ଭଣ୍ଡାର’, ପରିଚାଳନା ବୈଠକରେ ଉଠିଲା ଦାବି

ପୁରୀ: ଶ୍ରୀମନ୍ଦିର ପରିଚାଳନା ବୈଠକରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିଛି। ଗଜପତି ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ବହୁ ଚର୍ଚ୍ଚିତ ପ୍ରସଙ୍ଗ ଉଠିଛି। ପରିଚାଳନା କମିଟି ସଦସ୍ଯ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଛନ୍ତି । ଏବଂ ଏଏସଆଇର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବୈଠକ ଶେଷରେ ପୁରୀ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ରତ୍ନ ଭଣ୍ଡାର ପ୍ରସଙ୍ଗ ମ୍ୟାନେଜିଂ କମିଟିର କାର୍ଯ୍ୟସୂଚୀରେ ନଥିଲା। ତେଣୁ ମ୍ଯାନେଜିଂ କମିଟିର କାର୍ଯ୍ୟ ସୂଚାରେ ନଥିବାରୁ ଆଲୋଚନା ହୋଇ ନାହିଁ ବୋଲି ସେ କହିଛନ୍ତି।

ଆଜି ମୁ୍ଖ୍ୟତଃ ବିର୍ଲା ଫାଉଣ୍ଡେସନ ସହ ମିଶି ତିଆରି ହେବାକୁ ଥିବା ଗୁରୁୁକୁଳ ପ୍ରତିଷ୍ଠା, କାର୍ତ୍ତିକ ନୀତି, ସେବାୟତଙ୍କ ବାସଗୃହ ପ୍ରସଙ୍ଗରେ ଆଲୋଚନା ହୋଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି।

ନିକଟରେ ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡାଙ୍କ ଦେହାନ୍ତ ହୋଇଥିଲା। ତେଣୁ ଏହି ବୈଠକ ଆରମ୍ଭ ହେବା ମାତ୍ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ ଅଜୟ ଜେନା, ଏସପି ଡକ୍ଟର କନୱର ବିଶାଲ ସିଂ, ପରିଚାଳନା କମିଟିର ସମସ୍ତ ସଦସ୍ଯ, ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ଯ, ଗତକାଲି ଜଣେ ଭକ୍ତ ଗଜପତିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଥିଲେ। ତେଣୁ ଆଜି ବୈଠକରେ ଏହି ପ୍ରସଙ୍ଗ ଉଠିବ ବୋଲି ସୂଚନା ରହିଥିଲା। ନିକଟରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମେତ ବିରୋଧୀ ଦଳର ବରିଷ୍ଠ ନେତା ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ।

Leave A Reply

Your email address will not be published.