Latest Odisha News

BREAKING NEWS

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି

ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ
ଅଦୃଶ୍ୟେ ଇଙ୍ଗିତ କର
ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି
ଆଜ୍ଞାଧୀନ ଯାହାଙ୍କର l

ପାଳନ କାଳରେ ମହାଶକ୍ତି ଦୂର୍ଗା
ଦଶଭୂଜ ଦିଅ ମେଲି
ସଂହାର କାଳରେ ମହାକାଳୀ ରୂପ
ତ୍ରିପୁର ପ୍ରକମ୍ପେ ଖାଲି l

ଦୃଷ୍ଟ ବିନାଶନେ ସନ୍ଥ ପରିତ୍ରାଣେ
ଧରା ପୃଷ୍ଠେ ଅଵତରି
ଯୋଗମୟା ମହାମାୟା ସଂହାରୀଣୀ
ମାତା ଗୌରୀ ଶଙ୍କରୀ l

ତବ ଆଗମନେ ଧର୍ମ ସଂସ୍ଥାପନା
ଅଧର୍ମ ବିନାଶ ହୁଏ
ଜ୍ୟୋତି ଜ୍ଜଳାମୁଖି ଲାବଣ୍ୟ ରୂପ ମା
କୋଟି ସୂର୍ଯ୍ୟ ଶୋଭାପାଏ

ଶିବଙ୍କର ଜ୍ଜାଳା ବ୍ରହ୍ମାଙ୍କର ଲୀଳା
ବିଷ୍ଣୁଙ୍କର ଦିବ୍ୟଲୀଳା
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶକ୍ତି ମାତା
ଅଦୃଶ୍ୟେ ଅବ୍ୟକ୍ତ ଖେଳା l

ତ୍ରୀଭୁବନ ଶ୍ୱେରୀ ତ୍ରିପୁର ସୁନ୍ଦରୀ
ଅଦୃଶ୍ୟେ ଇଙ୍ଗିତ କର
ଅପରାଧ କ୍ଷମ ସଂସାର ପାଳିନୀ
(ମାତା) ଆମେ ପୁତ୍ରକନ୍ୟା ତୋର
ଶ୍ରୀପାଦେ ଆଶ୍ରିତ କର
ଶ୍ରୀପାଦେ ଆଶ୍ରିତ କର l

ଭୁବନ, ଢେଙ୍କାନାଳ

Leave A Reply

Your email address will not be published.