Latest Odisha News

BREAKING NEWS

ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମିର ଦାସଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ  ।

ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପରେ ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁ ଥିରେ ଧର୍ମେନ୍ଦ୍ର ସାହୁ  କିଛି ଲୋକଙ୍କ ନାଁ ନେଇଥିଲେ। ତାଙ୍କର ମୃତ୍ୟୁ ହେଲେ ସେମାନେ ଦାୟୀ ରହିବେ ବୋଲି ବି କହିଥିଲେ । ଧର୍ମେନ୍ଦ୍ର ନେଇଥିବା ନାଁରେ ଥିଲା ସମୀର ଦାସଙ୍କ ନାଁ ।

ଏହି ଅଡିଓ ଭାଇରାଲ ପରେ ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ଛାତ୍ର କଂଗ୍ରେସ  । ତାସହ ଗଣଶିକ୍ଷା ମନ୍ତ୍ରୀଙ୍କ  ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ କରିବା ସହ ସମୀର ଦାସଙ୍କ ବାସଭବନକୁ  ଟମାଟୋ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ଗିରଫ୍ ଦାବି କରି ଛାତ୍ର କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ  ।  ମନ୍ତ୍ରୀଙ୍କ କୁଶପୁତ୍ତିଳିକା ଦାହ ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ପୋଲିସ ଓ ଛାତ୍ର କଂଗ୍ରେସର କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା  । ଛାତ୍ର କଂଗ୍ରେସର କିଛି କର୍ମୀଙ୍କୁ ଉଠାଇନେିଥିଲା  ପୋଲିସ  । ଧର୍ମେନ୍ଦ୍ରଙ୍କ ଅଡିଓ ରେକଡିଂକୁ ନେଇ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଡୁଆ ବଢିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ।

Leave A Reply

Your email address will not be published.