Latest Odisha News

ରଥଯାତ୍ରାରୁ ବାହୁଡା: ଜାଣନ୍ତୁ, ପୁରୀର ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡକଡା କରାଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ଧିରେଧିରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ କରାଯିବା ସହ ସହର ମଧ୍ୟକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ ରଥଯାତ୍ରା, ବାହୁଡା ଓ ସୁନାବେଶ ଯାଏଁ କିଛିଟା କଟକଣା ଲାଗୁ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ପୁରୀରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଆନିମେଟେଡ୍ ରୁଟ୍ ଚାର୍ଟ ଜାରି କରାଯାଇଛି । ଉକ୍ତ ଆନିମେଟେଡ୍ ଚାର୍ଟରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବାଇକ୍ ଚାଳକ କେଉଁ ରାସ୍ତା ଦେଇ ଯିବେ ଏବଂ କେଉଁ ରାସ୍ତା ଦେଇ ଫେରିବେ ତାହା ଦର୍ଶାଯାଇଛି।

ସେହିପରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଚାରିଚକିଆ ଯାନ କେଉଁ ରାସ୍ତା ଦେଇ ଯିବ ଏବଂ କେଉଁ ରାସ୍ତା ଦେଇ ଫେରିବ ତାହା ଦର୍ଶାଯାଇଛି ।

ତେବେ ବ୍ରହ୍ମଗିରି ପଟୁ ଆସୁଥିବା ଚାରଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ ହେବ । ଅପରପକ୍ଷରେ କୋଣାର୍କରୁ ଆସୁଥିବା ଗାଡି ତାଳବଣିଆ ନିକଟରେ ପାର୍କିଂ ହେବ ବୋଲି ଜଣାପଡିଛି । ଆହୁରି ମଧ୍ୟ ବସ୍ ଓ ଟ୍ରେନରେ ଆସୁଥିବା ଶ୍ରଦ୍ଧାଳୁ ମାଳତିପାଟପୁର ଓ ତାଳବଣିଆକୁ ଆସିବେ । ସେଠାରୁ ସେମାନଙ୍କୁ ବଡଦାଣ୍ଡ ଯାଏଁ ନେବା ଲାଗି ପାଖାପାଖି ୬୦ଟି ବସର ବ୍ୟବସ୍ଥା କରାଯାଇଥିବା ନେଇ ଜଣାପଡିଛି ।

ସୂଚନାଯୋଗ୍ୟ, ଏଥିଲାଗି ସମସ୍ତ ପୁରୀ ହରକୁ ୧୦ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ଜଣେ ଲେଖାଏଁ ଡେପୁଟି କମାଣ୍ଡାଣ୍ଟ୍ କିମ୍ବା ଆଡିସନାଲ୍ ଏସପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

Comments are closed.