Latest Odisha News

BREAKING NEWS

ପାଟକୁରା ବିଧାନସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଜୁଲାଇ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି ଅଧିସୂଚନା ଅନୁଯାୟୀ ଜୁଲାଇ ୨୪ରେ ଭୋଟ୍ ଗଣତି ହେବ ।

ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର‌୍ୟ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବାବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କର ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନକୁ (ଇସିଆଇ) ସ୍ଥଗିତ ରଖିଥିଲେ। ଏପ୍ରିଲ୍ ୨୦ରେ ସ୍ୱର୍ଗତଃ ଅଗ୍ରୱାଲଙ୍କର ଦେହାନ୍ତ ଘଟିଥିଲା । ପରେପରେ ବାତ୍ୟା ‘ଫନି’ ଲାଗି ଏହି ଆସନରେ ହେବାକୁ ଥିବା ନିର୍ବାଚନକୁ ୨ୟ ଥର ଲାଗି ସ୍ଥଗିତ ରଖାଯାଇଥିଲା ।

ଏହି ଆସନରୁ ବିଜେଡି ପକ୍ଷରୁ ସ୍ୱର୍ଗତଃ ବେଦ ପ୍ରକାଶଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିôବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.