ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା । ପ୍ରଥମରୁ ଏହି କଥା କେହି ବିଶ୍ବାସ କରୁନଥିଲେ । ପଡୋଶୀର ଆତଙ୍କବାଦୀ ପୋଷା ନୀତିକୁ ଏବେ ଆମେ ପ୍ରମାଣ କରି ଦେଖାଇଛୁ । ପାକିସ୍ତାନର ଅସଲ ଚେହେରା ଏବେ ଧରାପଡିଯାଇଛି । ଆଉ ପାକିସ୍ତାନ ବିଶ୍ବବାସୀଙ୍କୁ ଠକିପାରୁନାହିଁ । ବିଭିନ୍ନ ଦେଶ ଏଥିପାଇଁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି ।
#WATCH | We've a neighbour, like we're expert in IT (information technology) they're expert in 'international terrorists'. It's going on for years…but we could explain to world that terrorism is terrorism, today it's being done against us, tomorrow it will be against you…:EAM pic.twitter.com/zxuibuadjG
— ANI (@ANI) October 1, 2022
ଜୟଶଙ୍କର ଆହୁରି ହକିଛନ୍ତି ଯେ ବିଶ୍ବବାସୀଙ୍କୁ ଆମେ କହିଛୁ ଯେ ପାକିସ୍ତାନ ଏବେ ଆମ ଉପରେ ଆତଙ୍କବାଦ ପ୍ରୟୋଗ କରୁଛି ଆଗକୁ ଆପଣମାନଙ୍କ ଉପରେ ମଧ୍ୟ ପ୍ରୟୋଗ କରିପାରେ । ଫଳରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡିଯାଇଛି । ବିଶ୍ବରେ ଏଥିପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡୁଥିବା ସେ କହିଛନ୍ତି ।
#WATCH | Due to the Russia-Ukraine conflict petrol prices doubled. We had pressure from where to buy the oil but PM Modi & govt were of the view that we've to do what is best for our nation & if pressure comes then we should face it…: EAM Dr S Jaishankar, in Gujarat's Vadodara pic.twitter.com/Oe0lKn2OfO
— ANI (@ANI) October 1, 2022
ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଜୟଶଙ୍କର କହିଛନ୍ତି ଯେ ଏହାଦ୍ବାରା ତୈଳ ଦର ବୃଦ୍ଧି ପାଉଛି । ଯୁଦ୍ଧର ପରିଣାମ ଭୟଙ୍କର । ସାଧାରଣ ଲୋକ ଏହାଦ୍ବାରା ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ।
Comments are closed.