Latest Odisha News

BREAKING NEWS

ଲାଇମେନ ସହରରୁ ପଛକୁ ହଟିଲା ଋଷ ସେନା

କ୍ବିବ: ୟୁକ୍ରେନ ସେନାବାହିନୀର ଜୋରଦାର ଆକ୍ରମଣ ପରେ ଋଷ ସେନା ଲାଇମେନ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛି । ଲାଇମେନ ସହରରୁ ପଛକୁ ହଟିଯାଇଛନ୍ତି ଋଷ ସେନା । ଲାଇମେନ ସହରକୁ ଋଷ ସେନା ଅକ୍ତିଆର କରି ରଖିଥିବା ବେଳେ ୟୁକ୍ରେନ ସେନା ଜୋରଦାର ଆକ୍ରମଣ କରିଥିଲା । ଏହା ଫଳରେ ଋଷ ସେନା ଏହି ଅଂଚଳରୁ ପଛକୁ ହଟିଥିବା ରଏଟର ପ୍ରକାଶ କରିଛି । ୟୁକ୍ରେନ ସେନା ଆକ୍ରମଣରେ 200 ଋଷ ସେନାଙ୍କ ମୃତ୍ୟୁ ହୋଇଥିବା ଋଷ ସେନା ପକ୍ଷରୁ କୁହାଯାଇଛି । 5ଟି ଟ୍ୟାଙ୍କ ମଧ୍ୟ ନଷ୍ଟ ହୋଇଥିବା ଋଷ ପକ୍ଷରୁ କୁହାଯାଇଛି ।

 କିଛି ଦିନ ଧରି ଏହି ସହରକୁ ପୁଟିନ ସେନା ଦଖଲ କରି ରଖିଥିଲା । ତେବେ ଶନିବାର ଦିନ ୟୁକ୍ରେନ ସେନା ର ଆକ୍ରମଣ ଫଳରେ ଋଷ ସେନା କୁ ପଛକୁ ହଟିବାକୁ ନିର୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଆମେରିକା ଏବଂ ପଶ୍ଚିମ ଦେଶଗୁଡ଼ିକର ଅସ୍ତ୍ରଶସ୍ତ୍ର ପାଇ ୟୁକ୍ରେନ ସେନା ଏବେ ଋଷକୁ ସାମନା କରୁଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହେବାର ସଂଭାବନା ଦେଖାଯାଉନାହିଁ । ଗତକାଲି ୟୁକ୍ରେନର 4ଟି ସହରକୁ ପୁଟିନ ଋଷ ସହ ମିଶ୍ରଣ କରିବା ନେଇ ଘୋଷଣା କରିଥିଲେ । ଆଜି ୟୁକ୍ରେନ ଋଷ ଅକ୍ତଆର କରିଥିବା ଏକ ସହରକୁ ନିଜ ଅକ୍ତିଆରକୁ ଆଣିଥିବା ଘୋଷଣା କରିଛି । ତେବେ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଯାହା ଫଳରେ 30ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.