ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ୨.୦ ଅଧୀନରେ ଓଡ଼ିଶାକୁ ୯ ଟି ପୁରସ୍କାର। ରବିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ‘ସୁଜଲମ୍’ ଅଭିଯାନରେ ୨ଟି ପୁରସ୍କାର ପାଇଥିବା ବେଳେ ସର୍ବେକ୍ଷଣ ଗ୍ରାମୀଣ ସର୍ଭେ ଅଧୀନରେ ୨ଟି ପୁରସ୍କାର ମିଳିଛି।
ଓଡ଼ିଶା ପୂର୍ବ ଜୋନରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ମଧ୍ୟରେ ଯାଜପୁର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିଭଳି ବିଭିନ୍ନ ଥିମ୍ ଉପରେ କାନ୍ଥରେ ଚିତ୍ର ମାଧ୍ୟମରେ ଓଡିଏଫ ପ୍ଲସ୍ ଉପରେ ସଚେତନତା ସୃଷ୍ଟି ପାଇଁ ୫ଟି ପୁରସ୍କାର ପାଇଛି ଓଡ଼ିଶା।
ସ୍ୱଚ୍ଛ ଭାରତ ମିଶନ୍-ଗ୍ରାମୀଣ ୨.୦ ୨୦୨୦ ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ଶୌଚାଳୟ ଯୋଗାଇବା ଏବଂ ଶୌଚାଳୟ ବ୍ୟବହାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଥିମରେ ଗାଁ ଗୁଡିକରେ କାନ୍ଥରେ ଚିତ୍ର ମାଧ୍ୟମରେ ମୁକ୍ତାକାଶ ଶୌଚମୁକ୍ତ (ଓଡିଏଫ) ଅଭିଯାନ ଆରମ୍ଭ ହୋଇଥିଲା।
ଏହି ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ ୨.୦ରେରେ ଓଡିଶା ୨୩.୭% ହାରରେ ୪୬,୭୮୫ ଗାଁ ମଧ୍ୟରୁ ୧୧,୨୦୩ ରେ ଓଡିଏଫ ପ୍ଲସ୍ ହାସଲ କରିଛି ଏବଂ ପ୍ରମୁଖ ରାଜ୍ୟ ମଧ୍ୟରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।
ରାଜ୍ୟ ତରଫରୁ ମୁଖ୍ୟ ଶାସନ ସଚିବ, ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ, ଅତିରିକ୍ତ ସଚିବ (ପରିମଳ)ଏବଂ ବିଭିନ୍ନ ଜନ ପ୍ରତିନିଧି ଓ ସ୍ଥାନୀୟ ସରକାରୀ ଅଧିକାରୀ ପୁରସ୍କାର ଗ୍ରହଣ କରିଥିଲେ।
ରାଷ୍ଟ୍ରପତି କହିଛନ୍ତି ଯେ ‘‘ସ୍ବଚ୍ଛ ଭାରତ ମିଶନ –ଗ୍ରାମୀଣ’’ ଏକ ବ୍ୟବହାର ପରିବର୍ତ୍ତନ ଆନ୍ଦୋଳନ ଅଟେ। କୋଭିଡ୍ ମହାମାରୀ ସମୟରେ, ସମସ୍ତେ ଅନୁଭବ କରିଛନ୍ତି ଯେ ଶୌଚାଳୟ, ସାବୁନ୍ ରେ ହାତ ଧୋଇବାର ଅଭ୍ୟାସ ଏବଂ ନଳ ମାଧ୍ୟମରେ ପାଣିର ଯୋଗାଣ ଏହି ବିପଦରେ ଢାଲ ପରି କାମ କରିଛି। ସେ କହଛନ୍ତି ଯେ ଭାରତ ସରକାର ‘‘ସ୍ବଚ୍ଛ ଭାରତ ମିଶନ –ଗ୍ରାମୀଣ’’ ର ଦ୍ବିତୀୟ ପର୍ଯ୍ୟାୟଲାଗୁ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଛଅ ଲକ୍ଷ ଗ୍ରାମକୁ ଓଡିଏଫ୍ ପ୍ଲସ କରିବା ଅଟେ। ବାହାରେ ଶୌଚ କରିବା ବିପକ୍ଷରେ ସଫଳତା ହାସଲ କରିବା ପରେ ଆମକୁ ଏବେ କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ପରି ଅଧିକ ଜଟିଳ ଏବଂ ପ୍ରଯୁକ୍ତି ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ହେବ।
ରାଷ୍ଟ୍ରପତି କହିଛନ୍ତି ଯେ ୨୦୧୪ ରେ ‘‘ସ୍ବଚ୍ଛ ଭାରତ ଗ୍ରାମୀଣ ମିଶନ୍’’ ର ଆରମ୍ଭ ହେବା ପର ଠାରୁ ୧୧ କୋଟିରୁ ଅଧିକ ଶୌଚାଳୟର ନିର୍ମାଣ କରାଯାଇଛି ଏବଂ ପ୍ରାୟ ୬୦ କୋଟି ଲୋକମାନେ ବାହାରେ ଶୌଚ କରିବାର ଅଭ୍ୟାସକୁ ପରିବର୍ତ୍ତନ କରିଛନ୍ତି। ସେ ସନ୍ତୋଷତା ପ୍ରକାଶ କରିଛନ୍ତି ଯେ ଏହି ମିଶନ ମାଧ୍ୟମରେ ଭାରତ ୨୦୩୦ ର ଅନ୍ତିମ ସମୟ ସୀମାର ୧୧ ବର୍ଷ ପୂର୍ବରୁ ହିଁ ଜାତି ସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସଂଖ୍ୟା – ୬ କୁ ହାସଲ କରିସାରିଛି।
ସେପ୍ଚେମ୍ବର ୨୯ରେ ସ୍ୱଚ୍ଛ ସହର ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାସଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ କହିଥିଲେ ଯେ ସ୍ବଚ୍ଛ ଭାରତ ମିଶନ ଅଧୀନରେ କରାଯାଇଥିବା ପ୍ରୟାସର ଫଳଶ୍ରୁତି ସ୍ୱରୂପ ଭାରତର ସମସ୍ତ ୪,୩୭୨ଟି ସହରାଞ୍ଚଳ ପୌର ସଂସ୍ଥା (୧୦୦%)କୁ ଏବେ ମୁକ୍ତାକାଶ ଶୌଚମୁକ୍ତ (ଓଡିଏଫ) ଭାବେ ଘୋଷଣା କରାଯାଇପାରିଛି । ଏଥିପାଇଁ ଆମେ କେବଳ ୭୩.୪୫ ଲକ୍ଷ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଶୌଚାଗାର ନିର୍ମାଣ କରିଛୁ। ଏଥିସହ ସହରାଞ୍ଚଳରେ ବସବାସ କରୁଥିବା ଗରିବ କୋଟି କୋଟି ଗରିବ ଲୋକମାନଙ୍କ ମର୍ଯ୍ୟାଦା ଏବଂ ସ୍ୱାସ୍ଥ୍ୟକୁ ମଧ୍ୟ ପୁନଃସଂସ୍ଥାପିତ କରିପାରିଛୁ।
Comments are closed.