ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ମୋଦୀ ନିଜ କାର୍ରେ ବସାଇ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନକୁ ଆସିଥିଲେ। ବାସଭବନରେ ପୁଟିନଙ୍କୁ ମୋଦୀ ସ୍ବାଗତ କରିଥିଲେ। ପୁଟିନଙ୍କ ଉଦ୍ଦେଶ୍ୟରେ ମୋଦୀ ତାଙ୍କ ବାସଭବନରେ ରାତ୍ରି ଭୋଜନ ଆୟୋଜନ କରିଥିଲେ। ପରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁଟିନଙ୍କୁ ବିମାନବନ୍ଦରରେ ସ୍ବାଗତ କରି ମୋଦୀ ଅତ୍ୟନ୍ତ ଖୁସି ଅନୁଭବ କରିଥିବା ନେଇ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ-ରୁଷ୍ ବନ୍ଧୁତ୍ବର ନିବିଡତା ବହୁ ପରୀକ୍ଷିତ। ଏହି ବନ୍ଧୁତା ଦ୍ବାରା ଆମ ଦେଶବାସୀ ବହୁ ଲାଭବାନ ହୋଇଛନ୍ତି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା କଥାବାର୍ତ୍ତା ସକାରାତ୍ମକର ରୂପ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।ପୁଟିନ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ପୁଟିନ ରୁଷ୍ ରାଷ୍ଟ୍ରାୟତ୍ତ ପ୍ରସାରଣକାରୀ ସଂସ୍ଥା ଆରଟି ପକ୍ଷରୁ ଭାରତରେ ନୂଆ ଚାନେଲରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ ଭୋଜିରେ ଯୋଗଦେବେ। ପୁଟିନଙ୍କ ଏହି ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ୨୫ବର୍ଷ ଧରି ଚାଲିଆସିଥିବା ରଣନୀତିକ ଭାଗିଦାରୀର ଦୃଢତାକୁ ପ୍ରତିପାଦିତ କରିଛି ।
BREAKING NEWS
- ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…
- ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…
- ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
- ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା
- ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି
- ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି
- କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’
- ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ
- Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍ ରହମାନଙ୍କୁ ହସିନାଙ୍କ କଡ଼ା ସମାଲୋଚନା

Comments are closed.