ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ପୋଲିସ ଲେଖାହୋଇଥିବା କାର୍ ଜବତ କରାଯାଇଛି
ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ସହର ଭିତରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। କାରରେ ପୋଲିସ ଷ୍ଟିକର ଲାଗିଥିଲା। କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର ଚାଳକ ଜଣକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୋଟାବୋମାଲ୍ଲୀର କୋରଡ଼ା ସୁବ୍ରମଣ୍ୟମ୍ ବୋଲି ଜଣାଡ଼ିଥିଲା। କାରଟି କୌଣସି କୌଣସି ପୋଲିସ ଅଧିକାରୀଙ୍କ ନଥିବା ବେଳେ ଚଳାଉଥିବା ସୁବ୍ରମଣ୍ୟମ ମଧ୍ୟ ପୋଲିସ କର୍ମଚାରୀ ନୁହଁନ୍ତି। ଠକେଇ, ସରକାରୀ କର୍ମଚାରୀଙ୍କ ନକଲି ପରିଚୟ ଏବଂ ନକଲି ଚିହ୍ନ ବ୍ୟବହାର କରିଥିବା ଯୋଗୁ ବ୍ରହ୍ମପୁର ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଚାଳକଙ୍କୁ ଅଟକ ରଖାଯିବା ସହିତ ଘଟଣାର ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା, ଯିଏ ନିଜ ବାଇକରେ ପୋଲିସ ଷ୍ଟିକର ଲଗାଇବା ସହିତ ନିଜକୁ ପୋଲିସର ପରିଚୟ ଦେଉଥିଲେ।
BREAKING NEWS
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
Comments are closed.