ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବିଷୟରେ ଚିନ୍ତା କରିବା ମାତ୍ରେ, ମନକୁ ଆସେ ନରେନ୍ଦ୍ର ପୁଷ୍କରିଣୀ କଥା। କାରଣ ସବୁଦିଗରୁ ଏହି ପୁଷ୍କରିଣୀ ଏକ ବିଶେଷ ମହତ୍ୱ ବହନ କରିଥାଏ। ଏହି ପୁଷ୍କରିଣୀଟି ମନ୍ୟୁଷ କୃତ ଓ ଏହାର ନିର୍ମାଣ ସମନ୍ଧରେ ଦୁଇ ତିନୋଟି ମତବାଦ ପ୍ରଚଳିତ ଅଛି । ପ୍ରଥମ ମତ ମହାରାଜା ନରସିଂହ ଦେବ ଙ୍କ ମନ୍ତ୍ରୀ ନରେନ୍ଦ୍ର ମହାପାତ୍ର ଙ୍କ ଦ୍ୱାରା ଖନନ କରାଯାଇଛି ଓ ଏହାର ସମୟ ଖ୍ରୀଷ୍ଟାବ୍ଦ ୧୨୭୮ ରୁ ୧୩୦୭ ମଧ୍ୟରେ ବୋଲି ଧରାଯାଏ। ଅନ୍ୟ ଏକ ମତ କହେ ଗଜପତି କପିଳେନ୍ଦ୍ର ଦେବଙ୍କ ସାନ ଭାଇ ନରେନ୍ଦ୍ର ଦେବଙ୍କ ସ୍ମୃତିରେ ଖୋଲା ଯାଇଥିବାରୁ ଏହାକୁ ନରେନ୍ଦ୍ର ପୁଷ୍କରିଣୀ ନାମ ରେ ଅଭିହିତ କରାଯାଇଛି । ପୁଣି କେତେକ ମତରେ ନରେନ୍ଦ୍ର ଦେବ ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ଥିଲେ ଓ ତାଙ୍କ ଦ୍ୱାରା ଏହି ପୁଷ୍କରିଣୀ ଖୋଳା ଯାଇଥିବାରୁ ଏହାକୁ ନରେନ୍ଦ୍ର ପୁଷ୍କରିଣୀ ନାମ ଦିଆଯାଇଛି। ଏହି ନରେନ୍ଦ୍ର ଦେବ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବଙ୍କ ଭାଇ। ନିଜର ଶେଷ ସମୟ ମଧ୍ୟ ନରେନ୍ଦ୍ର ଦେବ ଏହି ପୁଷ୍କରିଣୀ ତଟରେ ନିଜ ପତ୍ନୀଙ୍କ ସହ ଅବସ୍ଥାନ କରିଥିଲେ। ଏହି ସବୁ ମତକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ନିଶ୍ଚିତ ଭାବେ ନରେନ୍ଦ୍ର ଦେବଙ୍କ ଦ୍ୱାରା ଏହାକୁ ଖନନ କରାଯାଇଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସ୍ନାନ ଶୌଚ ପାଇଁ ଏହି ବିଶାଳ ପୁଷ୍କରିଣୀ ନିର୍ମାଣ ହୋଇଥିଲା ଯାହାର ଲମ୍ବ ୮୭୩ ଫୁଟ ଓ ଓସାର ୮୩୪ ଫୁଟ ଅଟେ। ଏଥିରେ ସମୁଦାୟ ଷୋହଳ ଗୋଟି ଘାଟ ନିର୍ମାଣ ହୋଇଛି। ଏଥିରୁ ଚଉଦ ଗୋଟି ଘାଟ ନରେନ୍ଦ୍ର ଦେବ ଙ୍କ ପୁତ୍ରମାନଙ୍କ ନାମରେ ନାମିତ ବୋଲି କଥିତ ହୁଏ। ଅନ୍ୟ ଏକ ମତରେ ରଣପୁର ରାଜାଙ୍କ ସହ ଜଡିତ, କେତେକ ମଧ୍ୟ କହନ୍ତି ମହାରାଷ୍ଟ୍ରର କେହି ସାଧୂ ଏହି ପୁଷ୍କରିଣୀର ପlବଛ ଶ୍ରେଣୀ ଓ ଘାଟ ନିର୍ମାଣ କରିଥିଲେ ।
ଏହି ସର୍ବ ବୃହତମ ପୁଷ୍କରିଣୀର ଶ୍ରୀକ୍ଷେତ୍ରରେ ଅନେକ ମହତ୍ୱ ରହିଛି।
ମନ୍ୟୁଷ ଦେହ ପଶି ଜଳେ
ପବିତ୍ର ହୋଏ ସ୍ନାନ କାଳେ ।
ଶୁଣିଲୁ ଦ୍ରବ୍ୟ ଶୁଦ୍ଧି ତୁହି
ଶୁଣ କର୍ତ୍ତା ର ଶୁଦ୍ଧି କହି ।
ସଂସ୍କାର ତପ ଜପ ଦାନ
ଏ ସର୍ବ ପବିତ୍ର ବିଧାନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.