Latest Odisha News

BREAKING NEWS

ଖୁବଶୀଘ୍ର ଆସୁଛି ୫ଜି କନେକ୍ଟେଡ ଆମ୍ବୁଲାନ୍ସ, ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କରିବ କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଯୁକ୍ତିକୌଶଳରେ ଜିଓ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି। ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓକୁ କେବଳ ଦେଶରେ ନୁହେଁ, ଦୁନିଆରେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି। ଜିଓ ୫ଜି ସ୍ମାର୍ଟଫୋନ ଓ ଜିଓବୁକ୍ ପରେ ଏବେ ୫ଜି କନେକ୍ଟେଡ ଆମ୍ବୁଲାନ୍ସ ଖୁବ ଶିଘ୍ର ବଜାରକୁ ଆସିବ। ଏହି ଆମ୍ବୁଲାନ୍ସ ଅନ୍ୟ ଆମ୍ବୁଲାନ୍ସଠାରୁ ଭିନ୍ନ।

ଜିଓ ବର୍ତ୍ତମାନ ନୂତନ ଟେକ୍ନୋଲୋଜି ଆରମ୍ଭ କରି ଭର୍ଚୁଆଲ ଥିଙ୍ଗସ୍ ଉପରେ ଗୁରୁତ୍ୱ ଦେଉଛି। ଏହି ୫ଜି ଆମ୍ବୁଲାନ୍ସର ଆଧୁନିକ ଫିଚର ସାହାଯ୍ୟରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ସ୍ଥିତି ସମ୍ପର୍କରେ ଡକ୍ଟର ସୂଚନା ପାଇବେ। ଏପରି ସୁବିଧା ଯଦି ହୁଏ ତେବେ ରୋଗୀଙ୍କ ଜୀବନ ବଞ୍ଚିବାର ସମ୍ଭାବନା ବଢିଯିବ। ଭାରତୀୟ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ୫ଜି କନେକ୍ଚେଡ଼ ଆମ୍ବୁଲାନ୍ସ ଆରମ୍ଭ କରିଛି।

ଏହି ଆମ୍ବୁଲାନ୍ସରେ ପାରାମେଡିକ୍ କର୍ମଚାରୀଙ୍କ ପାଇଁ ଅନବୋର୍ଡ କ୍ୟାମେରା, କ୍ୟାମେରା ଆଧାରିତ ହେଡଗିଅର୍ ଏବଂ ବଡି କ୍ୟାମ୍ ରହିବ। ଏହି ଉପାୟରେ ଡାକ୍ତରମାନେ ହସ୍ପିଟାଲରେ ବସିଥିବା ସମୟରେ ରୋଗୀକୁ ଜୀବନ୍ତ ଦେଖିପାରିବେ ଏବଂ ସେ ରୋଗୀର ଅବସ୍ଥା ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିପାରିବେ। ଏହି ଆମ୍ବୁଲାନ୍ସ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କାମ କରିବ। ଏହା ବ୍ୟତୀତ ୫ଜି କନେକ୍ଚେଡ଼ ଆମ୍ବୁଲାନ୍ସରେ ମନିଟର ଏବଂ ଏଚଡ଼ି କ୍ୟାମେରା ରହିବ। ଏହି ମନିଟର ମାଧ୍ୟମରେ ଡାକ୍ତରମାନେ ସିଧାସଳଖ କଥାବାର୍ତ୍ତା କରିବାକୁ ସମର୍ଥ ହେବେ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଗାଇଡ଼ କରିବେ। ଯାହାଦ୍ୱାରା ରୋଗୀର ଅବସ୍ଥା ଖରାପ ହେବାରୁ ରକ୍ଷା କରାଯାଇପାରିବ। ଭାରତ ଏୟାରଟେଲ ୫ଜି କନେକ୍ଚେଡ଼ ଆମ୍ବୁଲାନ୍ସ ପାଇଁ ଆପୋଲୋ ହସ୍ପିଟାଲ ଏବଂ ସିସ୍କୋ ସହିତ ସହଭାଗୀ ହୋଇଛି।

ସୂଚନା ଥାଉକି ଯେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫ଜି ସେବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଓ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ଦେଶର ୧୩ଟି ସହରରେ ପ୍ରଥମେ ୫ଜି ସେବା ଆରମ୍ଭ ହେବ। ଟେଲିକମ୍ ବିଭାଗ କହିଛି ଯେ ୨୦୨୩ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ୫ଜି ସେବାର ଲାଭ ଉଠାଇ ପାରିବେ। ପ୍ରଧାନମନ୍ତ୍ରୀ ମୋଦି ଏହି ଉନ୍ମୋଚନରେ କହିଛନ୍ତି ଯେ ଟେକ୍ନୋଲୋଜି ଜଗତରେ ଦେଶ ଦ୍ରୁତ ଗତିରେ ଗତି କରୁଛି। ଭବିଷ୍ୟତରେ ଜିଓ ଦୁନିଆର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀରେ ପରିଗଣିତ ହେବ।

Leave A Reply

Your email address will not be published.