Latest Odisha News

BREAKING NEWS

କର୍ଣ୍ଣାଟକର ପତାକାରେ ରାହୁଲଙ୍କ ଫଟୋ, କ୍ଷମା ଦାବି କଲା ନବନିର୍ମାଣ ସମିତି

ବେଙ୍ଗାଲୁରୁ: କର୍ଣ୍ଣାଟକର ପତାକା ଉପରେ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇବା କଂଗ୍ରେସକୁ ଭାରତ ଯୋଡୋ ଯାତ୍ରା ବେଳେ ଅଡୁଆରେ ପକାଇଛି। କନ୍ନଡ ସମର୍ଥକ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଫଟୋକୁ ‘କର୍ଣ୍ଣାଟକ ପତାକା’ରେ ବ୍ୟବହାର କରିବା ଉଚିତ ନୁହେଁ।

ସାଧାରଣତଃ ହଳଦିଆ ଏବଂ ନାଲି ରଙ୍ଗକୁ କର୍ଣ୍ଣାଟକର ପତାକା ଭାବରେ ବିବେଚନା କରାଯାଏ। ଯାହାକି କନ୍ନଡ ଏବଂ କର୍ଣ୍ଣାଟକର ପ୍ରତୀକ । ରବିବାର ମହୀଶୂରରେ କଂଗ୍ରେସ ପଦଯାତ୍ରା କରିଥିଲା। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଫଟୋ ସହିତ କର୍ଣ୍ଣାଟକ ପତାକା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ସ୍ଥାନୀୟ ସଂଗଠନ ସମାଲୋଚନା କରିବା ସହିତ ବିରୋଧ ମଧ୍ୟ କରିଛି। କର୍ଣ୍ଣାଟକ ନବନିର୍ମାଣ ସମିତି ଏହାକୁ ନେଇ କଂଗ୍ରେସର କ୍ଷମା ମାଗି ଦାବି କରିଛି।

ଉଲ୍ଲଖଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଗତକାଲି ମହୀଶୂରରେ ପହଞ୍ଚିଥିଲା। ଗତକାଲି ବର୍ଷା ହେଉଥିଲା ହେଲେ ରାହୁଲ ଗାନ୍ଧୀ ନ ଅଟକି ବର୍ଷାରେ କର୍ମୀ ଏବଂ ନେତାଙ୍କୁ ଉଦବୋଧନ ଦେଇଥିଲେ। ସେପଟେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକରେ ପହଞ୍ଚିଛନ୍ତି । ସେ ଅକ୍ଟୋବର 6ରେ ଭାରତ ଯୋଡ଼ୋ ଯାତ୍ରୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.