Latest Odisha News

BREAKING NEWS

ଜାତୀୟ କ୍ରୀଡା: ଓଡିଶାର ସାଇକ୍ଲିଷ୍ଟ ଦୀନେଶଙ୍କୁ ଡବଲ ସ୍ୱର୍ଣ୍ଣ

ଅହମ୍ମଦାବାଦ: ଚଳିତ ଜାତୀୟ କ୍ରୀଡାରେ ଓଡିଶା ସାଇକ୍ଲିଷ୍ଟ ଦୀନେଶ କୁମାର ଡବଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଉଭୟ ବ୍ୟକ୍ତିଗତ ଏବଂ ଟିମ ଇଭେଂଟରେ ଏହି ସଫଳତା ହାସଲ କରିବା ସହ ନିଜ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ମହିଳା ବିଭାଗରେ ସ୍ୱାତୀ ସିଂ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଶୁଟିଂରେ ଷ୍ଟାର ମହିଳା ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ରୌପ୍ୟ ପଦକ ହାସଲ କରିଛନ୍ତି । ରୋଇଂରେ ଓଡିଶା ପ୍ରତିଯୋଗୀ ୩ଟି ପଦକ ଜିତିଛନ୍ତି ।

ମହିଳା ୮ ଟିମ ଇଭେଂଟରେ ଶୁଭଶ୍ରୀ ବିଶ୍ୱାଳ, ସୋନାଲୀ ସ୍ୱାଇଁ, ରିତୁ କାଉଡି, ଦୀପିକା ଖେସ, ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ, ରେଶମା ଲାକ୍ରା, ମନୀଷ କିସପୋଟ୍ଟା, ଝରଣା ହସ୍ତୀ ଓ ଅସ୍ମିତା କରକେଟା ରୌପ୍ୟ ପଦକ ଏବଂ ଡବଲ ସ୍କଲରେ ଅଂଶିକା ଭାରତୀ ଓ ସୋନାଲିକା ଦାସ ବ୍ରୋଞ୍ଜ ପଦକ ଜିତିଥିଲେ । ସେହପରି ୪ଟିମରେ ଅଂଶିକା, ସୋନାଲୀକା, ଅରୁଣପ୍ରୀତ କୌର ଓ ରିଚେଲ ଲାକ୍ରା ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.