Latest Odisha News

ଦୂର୍ଗା ପୂଜାରେ ହାଡ଼ିଆ ଭୂତକୁ ଆବାହନ

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂଜା ପାଉଛନ୍ତି ଭୂତ  । ପୁରୀରେ ଦେଖିବାକୁ ମିଳିଛି ଏହି ନିଆରା ପ୍ରଥା  । ତେବେ ଏହି ଭୂତର ନାଁ ବି ଅଛି । ନାଁ ତାର ହାଡ଼ିଆ ଭୂତ।ଏହି ଭୂତ ମୂର୍ତ୍ତିକୁ ଦେଖିଲେ ମନରେ ଭୟ ସଞ୍ଚାର ହୋଇଥାଏ । ଶ୍ରୀକ୍ଷେତ୍ରରେ ଯେବେ ଦଶହରାରେ ଦେବୀଙ୍କୁ ଚଣ୍ଡୀପାଠ କରାଯାଏ  । ସେତେବେଳେ ମହାସପ୍ତମୀରୁ ହରଚଣ୍ଡୀ ସାହିରେ ଆଡ଼ମ୍ବରରେ ପୂଜା ପାଆନ୍ତି ହାଡ଼ିଆ ଭୂତ । ଯଦିଓ ଏ ଭୂତକୁ ପୂଜା କରିବାର ବିଧିର ଆରମ୍ଭ ବିଷୟରେ ଇତିହାସ ନିରବ ତେବେ ବହୁ ପୁରାତନ କାଳରୁ ଏ ପ୍ରଥା ଚାଲି ଆସିଛି ।

ଏହି ଭୂତର ନାଁ ହାଡ଼ିଆ ହେବା ପଛର କାରଣ ମଧ୍ୟ ରହିଛି । ନିଜ ଘରେ ଏହି ଭୂତକୁ ଆବାହନ କରୁଥିବା ହରଚଣ୍ଡୀ ସାହିର ଆଦିତ୍ୟ କୁହନ୍ତି ଯେ ତାଙ୍କ ଅଣଜେଜେଙ୍କ ନାଁରେ ଏହି ଭୂତର ନାମକରଣ ହୋଇଛି । ତାଙ୍କ ପାଞ୍ଚପୁରୁଷରୁ ଏହି  ଭୂତ ପୂଜା ହୋଇ ଆସୁଥିବା ସେ ତାଙ୍କ ଜେଜେଙ୍କ ଠାରୁ ଶୁଣିଛନ୍ତି । ଖାଲି ସେତିକି ନୁହେଁ ଏହି ଭୂତ ନିକଟରେ ଶୀତଳ ଭୋଗ, ଫଳ, ବେସର, ମହୁର, ପୋଡା ବଳି ସହ ମାହାର୍ଦ୍ଦ ସମର୍ପଣର ମଧ୍ୟ ପରମ୍ପରା ରହିଛି ।

Leave A Reply

Your email address will not be published.